ନୂଆଦିଲ୍ଲୀ ୦୭।୧୧: ୱେଷ୍ଟଇଣ୍ଡିଜ୍-ଇଂଲଣ୍ଡ ମଧ୍ୟରେ ଚାଲିଥିଲା ODI ସିରିଜର ତୃତୀୟ ମ୍ୟାଚ୍ । ଏହି ମ୍ୟାଚ୍କୁ ଓ୍ବେଷ୍ଟଇଣ୍ଡିଜ୍ ୨-୧ରେ କବ୍ଜା କରିନେଇଛି । କିନ୍ତୁ ଏହି ମ୍ୟାଚ୍ରେ ଦେଖିବାକୁ ମିଳିଥିଲା ଏକ ଅଜବ ଘଟଣା । ଯାହା ଏପରି ପୂର୍ବରୁ କେବେବି ଦେଖିବାକୁ ମିଳିନଥିଲା । ୱେଷ୍ଟଇଣ୍ଡିଜ୍ ଫାଷ୍ଟ ବୋଲର ଅଲଜାରି ଜୋସେଫ ନିଜ ଅଧିନାୟକ ସାଇ ହୋପଙ୍କ ଉପରେ ଅତ୍ୟଧିକ ରାଗି ଯାଇଥିଲେ । ଇଂଲଣ୍ଡ ପାଳିର ଚତୁର୍ଥ ଓଭରରେ ଫିଲ୍ଡ ପ୍ଲେସମେଣ୍ଟରେ ଜୋସେଫ ଖୁସି ନଥିଲେ । କିନ୍ତୁ ଏହାପରେ ମଧ୍ୟ ହୋପ୍ ଫିଲ୍ଡିଂରେ କରିନଥିଲେ ପରିବର୍ତ୍ତନ। ଏହି କାରଣରୁ ଜୋସେଫଙ୍କ ରାଗ ବଢିଯାଇଥିଲା । ଜୋସେଫ ଫିଲ୍ଡିଂ ପ୍ଲେସମେଣ୍ଟକୁ ନେଇ ଅଧିନାୟକ ସାଇ ହୋପଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆଉ ମଇଦାନ ଛାଡି ଚାଲି ଯାଇଥିଲେ ।
ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂର ସୁଯୋଗ ଦେଇଥିଲା । ମାଥ୍ୟୁ ଫୋର୍ଡ ଇନିଂସ ଆରମ୍ଭରୁ ହିଁ ନେଇଥିଲେ ଗୋଟିଏ ୱିକେଟ୍ । ଜୋସେଫ ତୃତୀୟ ଓଭର ବୋଲିଂ କରିବାକୁ ଆସିଥିଲେ । ଏହି ସମୟରେ ଫିଲ୍ଡିଂ ପ୍ଲେସମେଣ୍ଟକୁ ନେଇ ଦୀର୍ଘ ସମୟ କ୍ୟାପଟେନ ହୋପଙ୍କ ସହ ଆଲୋଚନା କରିଥିଲେ । ଓଭରର ପ୍ରଥମ ବଲରେ ବୋଲିଂ କରିବା ପରେ ଜୋସେଫଙ୍କର ବଢିଯାଇଥିଲା ରାଗ । ସେ ହୋପ ଏବଂ ସ୍ଲିପ୍ରେ ଛିଡା ହୋଇଥିବା ଫିଲ୍ଡର ଉପରେ ହାତ ଉଠାଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
Gets angry! 😡
— FanCode (@FanCode) November 6, 2024
Bowls a wicket maiden 👊
Leaves 🤯
An eventful start to the game for Alzarri Joseph! 😬#WIvENGonFanCode pic.twitter.com/2OXbk0VxWt
ରାଗରେ ଥାଇ ଜୋସେଫ ଚମତ୍କାର ବୋଲିଂ କରିଥିଲେ । ଆଉ ଜୋର୍ଡାନ କକ୍ସକୁ ହୋଇଥିଲେ ତାଙ୍କର ଶିକାର । ସେ ଘଣ୍ଟା ପ୍ରତି ୧୪୮ କିଲୋମିଟର ବେଗରେ ବୋଲିଂ କରି ବ୍ୟାଟରଙ୍କୁ ଆଉଟ୍ କରିଥିଲେ । ବଲ୍ ଏତେ ଦ୍ରୁତ ଗତିରେ ଥିଲା ଯେ କକ୍ସ ତାଙ୍କ ଲାଇନରୁ ହଟି ପାରିନଥିଲେ । ତେବେ ୱିକେଟ୍ ନେବା ପରେ ମଧ୍ୟ ଜୋସେଫ୍ଙ୍କର କମିନଥିଲା ରାଗ । ୱିକେଟ୍ ନେବାପରେ ସେ ସେଲିବ୍ରେସନ୍ କରିନଥିଲେ, ତାଙ୍କ ମୁହଁରେ ଦେଖିବାକୁ ମିଳୁଥିଲା ରାଗ ।
ଓଭର ସରିବା ମାତ୍ରେ ହିଁ ଅଲଜାରି ଜୋସେଫ ପଡ଼ିଆରୁ ଚାଲିଗଲେ । ତାଙ୍କ ବାହାର ଯିବା କାରଣରୁ ଆଗାମୀ ଓଭରରେ ପଡିଆରେ କେବଳ ୧୦ ଜଣ ୱେଷ୍ଟଇଣ୍ଡିଜ ପ୍ଲେୟର ରହିଥିଲେ । ଜୋସେଫ ପରବର୍ତ୍ତୀ ଓଭରରେ ବୋଲିଂ କରିବାକୁ ଆସିନଥିଲେ, ତାଙ୍କ ବଦଳରେ ଫିଲ୍ଡର ହେଡେନ ୱାଲ୍ଶ ପଡ଼ିଆକୁ ଆସିଥିଲେ । ତେବେ ଜୋସେଫ ଦ୍ୱାଦଶ ଓଭରରେ ପୁଣି ବୋଲିଂ କରିବାକୁ ଆସିଥିଲେ।