'ଆମେ କଲେ କ୍ୟାରେକ୍ଟର୍ ଖରାପ...' : ଲର୍ଡସ୍ ଟେଷ୍ଟ୍ ବାହାନାରେ ଇଂଲଣ୍ଡକୁ ସମାଲୋଚନା କଲେ ଓ୍ୱାସିମ୍ ଜାଫର

Published By : Prameya-News7 Bureau | June 04, 2022 IST

ନୂଆଦିଲ୍ଲୀ ୦୪/୦୬: ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ଏବେ ତିନି ଟେଷ୍ଟ୍ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବାକୁ ଇଂଲଣ୍ଡ ଗସ୍ତରେ ଅଛି । ଲର୍ଡସରେ ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯାଉଛି । ମ୍ୟାଚର ପ୍ରଥମ ଦିନରେ ହିଁ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା । ଗୁରୁବାର ନ୍ୟୁଜିଲାଣ୍ଡର ସମସ୍ତ ୧୦ ବ୍ୟାଟର୍ ପ୍ୟାଭିଲିୟନ ଫେରିଥିଲେ । ସେହିପରି ଇଂଲଣ୍ଡ ଟିମ୍ ମଧ୍ୟ ୭ ଓ୍ୱିକେଟ୍ ହରାଇଥିଲା ।

ସମାଲୋଚନା କଲେ ଜାଫର

ଭାରତୀୟ ଦଳର ପୂର୍ବତନ କ୍ରିକେଟର ଓ୍ୱାସିମ ଜାଫର ପ୍ରଥମ ଦିନର ଖେଳ ଶେଷ ପରେ ଏକ ମଜାଳିଆ ପୋଷ୍ଟ୍ କରିଥିଲେ । ସେ ଏକ ମିମ୍ ସେୟାର କରି ଲେଖିଥିଲେ ଯେ, ଯଦି ଭାରତୀୟ ପିଚରେ ଏପରି ହୋଇଥାନ୍ତା ତେବେ ସମାଲୋଚନା କରାଯାଇଥାନ୍ତା । ଲର୍ଡସରେ ଗୋଟିଏ ଦିନରେ ୧୭ ଓ୍ୱିକେଟ୍ ପତନ ଘଟିଛି । ଏଥିପାଇଁ ବୋଲରଙ୍କୁ ଶ୍ରେୟ ଦିଆଯାଉଛି । କିନ୍ତୁ ଅହମ୍ମଦାବାଦରେ ଗୋଟିଏ ଦିନରେ ୧୭ ଓ୍ୱିକେଟ୍ ପତନ ଘଟିଥିଲା । ସମସ୍ତେ କ୍ରିଜକୁ ନେଇ ପ୍ରଶ୍ନ ଉଠାଇଥିଲେ ।

wp:html /wp:html

୧୪୧ ରନରେ ଅଲଆଉଟ୍ ଇଂଲଣ୍ଡ

ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୧୩୨ ରନରେ ଅଲଆଉଟ୍ ହୋଇଯାଇଥିଲା । କେବଳ କୋଲିନ୍ ଡିଗ୍ରାଣ୍ଡହୋମ୍ ଅପରାଜିତ ୪୨ ରନ୍ କରିଥିଲେ । ସେହିପରି ଟିମ୍ ସାଉଦି ୨୬ ରନର ଇନିଂସ ଖେଳିଥିଲେ । ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ ଓ ଡେବ୍ୟୁ କରୁଥିବା ମେଟୀ ପଣ୍ଟସ୍ ୪ଟି ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ ।

ଏହାର ଜବାବରେ ନ୍ୟୁଜିଲାଣ୍ଡ ମଧ୍ୟ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲା । ଦଳ ୧୪୧ ରନରେ ହିଁ ଅଲଆଉଟ୍ ହୋଇଯାଇଥିଲା । ଓପନର ଜ୍ୟାକ୍ କ୍ରାଉଲି ୪୩ ଓ ଆଲେକ୍ସ ୨୫ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ୪ ଓ ଟ୍ରେଣ୍ଟ୍ ବୋଲଟ୍ ୩ଟି ଓ୍ୱିକେଟ୍ ହାସଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.