ନୂଆଦିଲ୍ଲୀ: ଆଇସିସି ବିଶ୍ଵକପ୍ ୨୦୨୩ରେ ରୋହିତ ଶର୍ମାଙ୍କୁ ସଂପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ରୋହିତ ବିଶ୍ଵକପ୍ ୨୦୨୩ରେ ପ୍ରାରମ୍ଭିକ ଓଭରରେ ଏମିତି ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି ଯାହା ପ୍ରତିପକ୍ଷ ଦଳର ରଣନୀତି ଫେଲ୍ ମାରିବା ସହ ବୋଲର ବ୍ୟାକଫୁଟରେ ରହୁଛନ୍ତି। ଫଳରେ ଭାରତର ପରବର୍ତ୍ତୀ ବ୍ୟାଟିଂ କ୍ରମର ଉପରେ ଚାପ ରହୁନାହିଁ ଏବଂ ଦଳର ରଣନୀତି ସଫଳ ରହୁଛି। ନଭେମ୍ବର ୧୨ ଦୀପାବଳି ଦିନ ନେଦରଲ୍ୟାଣ୍ଡ୍ସ ବିପକ୍ଷ ମ୍ୟାଚ୍ରେ ମଧ୍ୟ ରୋହିତଙ୍କୁ ଏହି ଅବତାରରେ ଦେଖିବାକୁ ମିଳିଥିଲା। ସେ ୫୪ ବଲ୍ରୁ ୮ ଚୌକା ଓ ୨ ଛକା ସହ ୬୧ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏହା ମଧ୍ୟରେ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଦ୍ରୁତ ବୋଲର ଓ୍ଵାସିମ ଆକ୍ରମ ରୋହିତଙ୍କ ଖୁବ୍ ପ୍ରଶଂସା କରିଛନ୍ତି।
wp:heading {"level":4}Also read- ବିରେନ୍ଦ୍ର ସେହଓ୍ୱାଗଙ୍କୁ ICCର ବଡ଼ ସମ୍ମାନ, ଏହି ଖାସ୍ କ୍ଲବରେ ହେଲେ ସାମିଲ୍
/wp:headingଆକ୍ରମ କହିଛନ୍ତି, ଆମେ ବିରାଟ କୋହଲି, ଜୋ ରୁଟ୍, କେନ ଓ୍ଵିଲିୟମସନ ଓ ବାବର ଆଜମଙ୍କ ପରି ବ୍ୟାଟରଙ୍କ ଆଲୋଚନା କରିଥାଉ। ମାତ୍ର ରୋହିତ ଏହିସବୁ ବ୍ୟାଟଙ୍କଠୁ ବହୁତ ଭିନ୍ନ। ସୋଏବ ମଲିକ ମଧ୍ୟ ଓ୍ଵାସିମ ଆକ୍ରମଙ୍କ କଥାକୁ ସହମତି ଦେଇଛନ୍ତି। ପାକିସ୍ତାନର ସ୍ପୋର୍ଟ୍ସ ଶୋ 'ଦ ପାଭିଲିୟନ'ରେ ଆକ୍ରମ କହିଛନ୍ତି, ରୋହିତ ଶର୍ମା ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ୫୪ ବଲ୍ରେ ୬୧ ରନ କରିଛନ୍ତି। ମୋ ମତରେ ଏମିତି ଖେଳାଳି ଦୁନିଆରେ ଦେଖିବାକୁ ମିଳିବ ନାହିଁ। ଆମେ ବିରାଟ କୋହଲି, ଜୋ ରୁଟ୍, କେନ ଓ୍ଵିଲିୟମସନ ଓ ବାବର ଆଜମଙ୍କ ପରି ଖେଳାଳିଙ୍କ ଆଲୋଚନା କରିଥାଉ। ମାତ୍ର ରୋହିତ ସଂପୂର୍ଣ୍ଣ ଭିନ୍ନ ଅଟନ୍ତି। ରୋହିତ ଯେବେ ବ୍ୟାଟିଂ କରନ୍ତି, ତେବେ ସେ ବ୍ୟାଟିଂ କରିବାର ସ୍ଥିତିକୁ ବହୁତ ସହଜ କରି ଦିଅନ୍ତି। କୌଣସି ବି ଅବସ୍ଥା ହେଉ କି ଯେ କୌଣସି ବୋଲିଂ ଆକ୍ରମଣ ହେଉ, ହିଟମ୍ୟାନ ସମସ୍ତଙ୍କୁ ପ୍ରହାର କରିଥାନ୍ତି। ସୋଏବ ମଲିକ କହିଛନ୍ତି, ରୋହିତ ଏମିତି ଜଣେ ବ୍ୟାଟର ଯିଏ ଜଣେ କି ଦୁଇ ଜଣ ବୋଲର ନୁହେଁ ପ୍ରତିପକ୍ଷର ପୂରା ପାଞ୍ଚ ମୁଖ୍ୟ ବୋଲରଙ୍କୁ ପ୍ରହାର କରିଥାନ୍ତି।
ସୋଏବ ଏହା ମଧ୍ୟ କହିଛନ୍ତି, ବାକି ଅବଶିଷ୍ଟ ତାରକା ଖେଳାଳି ପାଞ୍ଚ ଜଣ ବୋଲରଙ୍କୁ ପ୍ରହାର କରିନ ଥାନ୍ତି, ସେମାନେ ତ ଦୁଇ କିମ୍ବା ତିନି ଜଣ ନଚେତ୍ ଷଷ୍ଠ ଓ ସପ୍ତମ ବୋଲରଙ୍କୁ ପ୍ରହାର କରିଥାନ୍ତି। ମାତ୍ର ରୋହିତ ଶର୍ମା ପାଞ୍ଚ ବୋଲରଙ୍କ ବିରୋଧରେ ଖୁବ୍ ରନ କରିଥାନ୍ତି। ଆକ୍ରମ କହିଛନ୍ତି ରୋହିତ ଆସିଲେ ବୋଲରଙ୍କ ମୁଡ୍ ବିଗାଡ଼ି ଦିଅନ୍ତି। ରୋହିତ ଶର୍ମା ଚଳିତ ବିଶ୍ଵକପ୍ରେ ଅଦ୍ୟାବଧି ଗୋଟିଏ ଶତକ ଅର୍ଜନ କରିଛନ୍ତି ମାତ୍ର ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ଭାରତର ବିଜୟ ମୂଳଦୁଆ ପକାଇଥାନ୍ତି। ବିଶ୍ଵକପ୍ ଇତିହାସରେ ସର୍ବାଧିକ ଶତକ ରୋହିତଙ୍କ ନାମରେ ରହିଛି।