ମୁମ୍ବାଇ ୩୧।୧୦ : ଜବରଦସ୍ତ ଫର୍ମରେ ବୁମ୍ ବୁମ୍ ବୁମ୍ରା । ୨୦୨୩ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ରେ ଜୋରଦାର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି ଜଶପ୍ରୀତ୍ ବୁମ୍ରା । କେଉଁ ବ୍ୟାଟରଙ୍କ ପକ୍ଷେ ତାଙ୍କୁ ସାମ୍ନା କରିବା ଖୁବ୍ କଷ୍ଟଦାୟକ। ତେଣୁ ବମ୍ରାହଙ୍କୁ ରୋକିବାକୁ ନୂଆ ପ୍ଲାନ ଦେଇଛନ୍ତି ପାକିସ୍ତାନୀ ଦ୍ରୁତ ବୋଲର ଓ୍ୱାସିମ୍ ଆକ୍ରାମ୍ ।
wp:embed {"url":"https://www.prameyanews7.com/on-this-day-in-2005-mahendra-singh-dhoni-creates-record/","type":"wp-embed","providerNameSlug":"prameya-news-7"}ପାକିସ୍ତାନର ଏକ ଟିଭି ଚ୍ୟାନେଲ୍ରେ ଆଲୋଚନା ବେଳେ ଆକ୍ରାମ କହିଛନ୍ତି ଯେ, ଚଳିତ ବିଶ୍ୱକପ୍ରେ ଭାରତ ଜବରଜସ୍ତ ଫର୍ମରେ ରହିଛି । ଭାରତୀୟ ବ୍ୟାଟରମାନେ ତ ସର୍ବଦା ଭଲ ପ୍ରଦର୍ଶନ କରିଥାନ୍ତି । କିନ୍ତୁ ଚଳିତ ବିଶ୍ୱକପ୍ରେ ଭାରତୀୟ ବୋଲର ଚମତ୍କାର ଫର୍ମରେ ଅଛନ୍ତି । ବୋଲିଂ ବିଭାଗରେ ବୁମ୍ରାଙ୍କୁ ବିଟ୍ କରିବା କୌଣସି ବ୍ୟାଟସମ୍ୟାନ୍ଙ୍କ ପକ୍ଷେ ମୁସ୍କିଲ୍ । ତେଣୁ ତାଙ୍କୁ ଅଟକାଇବାକୁ ହେଲେ ଜୋତା କରିଦେବା ଉଚିତ୍ ବୋଲି ମଜାଳିଆ ଭାବେ କହିଥିଲେ । ବୁମ୍ର ଜଣେ ଏପରି ବୋଲର । ଯିଏ ଉଭୟ ଆଉଟ୍ ସୁଇଁ ଓ ଇନ୍ ସୁଇଁ କରୁଛନ୍ତି । ଏହାବ୍ୟତୀତ ଠିକଣା ସମୟରେ ୟର୍କର ବଲ୍ ପକାଇଥାନ୍ତି । ଯାହାକୁ ବୁଝିବା ମୁସ୍କିଲ୍ ।
wp:embed {"url":"https://www.prameyanews7.com/pak-vs-ban-31st-match-played-in-eden-gardens/","type":"wp-embed","providerNameSlug":"prameya-news-7"}ସେହିପରି ବୁମ୍ରା ଓ ସାମି ଯେଉଁଭଳି ଭାବେ ଇଂଲଣ୍ଡର ବ୍ୟାଟିଂ ଲାଇନ୍ ଅପ୍କୁ ଭାଙ୍ଗି ଦେଇଥିଲେ । ତାହା ଜଣେ ବୋଲର ହିସାବରେ ଦେଖିବାକୁ ବହୁତ ଖୁସି ଲାଗୁଥିଲା । ମୁଁ ବି ମୋ ପିକ୍ ସମୟରେ ଭଲ ବୋଲିଂ କରିଥିଲି । କିନ୍ତୁ ବୁମ୍ରାଙ୍କ ଠାରୁ ଭଲ ନୁହେଁ । ତେଣୁ ଚଳିତ ବିଶ୍ୱକପ୍ରେ ଭାରତୀୟ ଦଳର ବୋଲିଂ ଲାଇନ୍ଅପ୍ ଦମ୍ଦାର ରହିଛି ।
wp:embed {"url":"https://www.prameyanews7.com/im-100-precent-kiwi-and-proud-of-my-indian-heritage-said-new-zealand-star-rachin-ravindra-on-his-indian-roots/","type":"wp-embed","providerNameSlug":"prameya-news-7"}ସୂଚନାଯୋଗ୍ୟ ଯେ, ୨୦୨୩ ଦିନିକିଆ ବିଶ୍ୱକପ୍ ଭାରତ ବର୍ତ୍ତମାନ ସୁଦ୍ଧା ୬ଟି ମ୍ୟାଚ୍ ଖେଳିସାରିଛି । ଆଉ ସମସ୍ତ ମ୍ୟାଚ୍ରେ ଭାରତୀୟ ଟିମ୍ ବିଜୟୀ ହୋଇଛି । କୌଣସି ବି ବିରୋଧୀ ଟିମ୍ଙ୍କୁ ନିଜ ଉପରେ ପ୍ରଭାବ ପକାଇବାକୁ ଦେଇନାହାନ୍ତି ଭାରତୀୟ ବୋଲର । ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍ର ଟପ୍ରେ ରହିଛି ରୋହିତ ଆଣ୍ଡ କୋ । ବୁମ୍ରା ବର୍ତ୍ତମାନ ସୁଦ୍ଧା ୬ଟି ମ୍ୟାଚ୍ ଖେଳି ୧୪ଟି ଓ୍ୱିକେଟ୍ ନେଇସାରିଛନ୍ତି । ବେଷ୍ଟ ଇକୋନୋମି ବୋଲର ଭାବେ ବୁମ୍ରା ଆଗରେ ରହିଛନ୍ତି ।
wp:embed {"url":"https://www.prameyanews7.com/tejas-box-office-collection-film-share-video-social-media/","type":"wp-embed","providerNameSlug":"prameya-news-7"}