ପୁଣେ: ୱାଶିଂଟନଙ୍କ ସୁନ୍ଦର ପ୍ରଦର୍ଶନ। ଏକାକୀ ୭ ୱିକେଟ ନେଇ ନ୍ୟୁଜିଲ୍ଯାଣ୍ଡକୁ କଲେ ଧରାଶାୟୀ। ୨୫୯ ରନ୍ରେ ଅଲଆଉଟ୍ କିୱି। ୨୪ ଅକ୍ଟୋବରରୁ ଭାରତ ବନାମ ନ୍ୟୁଜିଲାଣ୍ଡର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୁଣେରେ ଖେଳାଯାଉଛି। ପ୍ରଥମ ଦିନରେ ନ୍ୟୁଜିଲ୍ୟାଣ୍ଡର ୨୫୯ ରନ୍ କରି ଅଲ ଆଉଟ୍ ହୋଇଯାଇଛି।
ସେହିପରି ଭାରତ ଦିନର ଖେଳ ଶେଷ ସୁଦ୍ଧା ମାତ୍ର ୧୬ ରନ୍ କରି ଗୋଟିଏ ୱିକେଟ୍ ହରାଇଛି। ଭାରତ ବର୍ତ୍ତମାନ ୨୪୩ ରନ୍ ପଛରେ ରହିଛି। ପ୍ରଥମ ଇନିଂସରେ ୱାଶିଂଟନ ସୁନ୍ଦର ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ। କିୱି ଦଳର ୭ ବ୍ୟାଟରଙ୍କୁ ଆଉଟ୍ କରି ପ୍ୟାଭିଲିଅନ ପଠାଇଥିଲେ ସୁନ୍ଦର। ସୁନ୍ଦରଙ୍କ ଟେଷ୍ଟ କ୍ୟାରିୟରରେ ଏହା ସବୁଠାରୁ ଭଲ ପ୍ରଦର୍ଶନ।
ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଟମ୍ ଲାଥମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏଥର ମଧ୍ୟ ସେ ବଡ଼ ଇନିଂସ୍ ଖେଳିବାରେ ବିଫଳ ହୋଇଥିଲେ। ମାତ୍ର ୧୫ ରନ୍ କରି ଆର୍ ଅଶ୍ୱିନୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ ଲାଥମ। ଏହାପରେ ୱିଲ୍ ୟଙ୍ଗ୍ ମାତ୍ର ୧୮ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ।
ତେବେ ଡେଭନ୍ କନୱେ ଏବଂ ରଚିନ୍ ରବିନ୍ଦ୍ର ଦୁହେଁ ମିଶି ଦଳ ପାଇଁ ୬୨ ରନ୍ ଯୋଡ଼ିଥିଲେ। ଫଳରେ ଦଳ ଏକ ମଜଭୁତ ସ୍ଥିତିକୁ ଚାଲି ଆସିଥିଲା। କନୱେ ୭୬ ରନ କରିଥିବା ବେଳେ ରବିନ୍ଦ୍ର ୬୫ ରନର ଅର୍ଦ୍ଧଶତକ ଇନିଂସ୍ ଖେଳିଥିଲେ।
ଗୋଟିଏ ସମୟରେ ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ୍ ହରାଇ ୧୯୭ ରନ୍ ସଂଗ୍ରହ କରିଥିଲା। ହେଲେ ଏହାପର ଠାରୁ ୱିକେଟ୍ ଖସିବା ଆରମ୍ଭ ହୋଇଯାଇଥିଲା। ଭ୍ରମଣକାରୀ ଦଳର ଶେଷ ୬ ବ୍ୟାଟରଙ୍କ ମଧ୍ୟରୁ ପାଞ୍ଚ ଜଣ ଦୁଇ ଅଙ୍କ ବି ଛୁଇଁ ପାରି ନଥିଲେ। ମାତ୍ର ୬୨ ରନ୍ ଶେଷ ୬ ୱିକେଟ୍ ଚାଲି ଯାଇଥିଲା।
ଅନ୍ୟପଟେ ନ୍ୟୁଜିଲାଣ୍ଡର ୨୫୯ ରନ ପିଛା କରୁଥିବା ଭାରତ ଆରମ୍ଭରୁ ଖରାପ ଖେଳ ପ୍ରଦର୍ଶନ କରିଛି। କ୍ୟାପ୍ଟେନ୍ ରୋହିତ ଶର୍ମା ଖାତା ଖୋଲି ନ ପାରି ଟିମ୍ ସାଉଦିଙ୍କ ବଲ୍ରେ ଆଉଟ୍ ହୋଇଛନ୍ତି। ଦିନର ଖେଳ ଶେଷ ସୁଦ୍ଧା ଭାରତ ମାତ୍ର ୧୬ ରନ୍ କରି ଗୋଟିଏ ୱିକେଟ୍ ହରାଇଛି।
ରଚିନ ରବିନ୍ଦ୍ରନଙ୍କୁ ଆଉଟ୍ କରି ଆର୍ ଅଶ୍ୱିନୀ ନ୍ୟୁଜିଲାଣ୍ଡକୁ ପ୍ରଥମ ଝଟକା ଦେଇଥିଲେ। ଏହାପରେ ୱାଶିଂଟନ ସୁନ୍ଦର ୱିକେଟ୍ର ଲାଇନ୍ ଲଗାଇ ଦେଇଥିଲେ। ସେ ୨୩.୧ ଓଭର ବୋଲିଂ କରି ୫୯ ରନ୍ ଦେଇଥିବା ବେଳେ ୭ ୱିକେଟ୍ ନେଇଥିଲେ। ସେହିପରି ଆର ଅଶ୍ୱିନୀ ୨୪ ଓଭର ବୋଲିଂ କରି ୩ ୱିକେଟ୍ ନେଇଥିଲେ। ଏହି ୩ ୱିକେଟ ସହ ଆର୍ ଅଶ୍ୱିନୀ ଟେଷ୍ଟ କ୍ରିକେଟ୍ ଇତିହାସରେ ସର୍ବାଧିକ ୱିକେଟ୍ ନେବାରେ ଅଷ୍ଟ୍ରେଲିଆର ନାଥନ୍ ଲିଅନଙ୍କୁ ପଛରେ ପକାଇଛନ୍ତି। ଅଶ୍ୱିନୀ ପ୍ରଥମ ବୋଲର ୫୩୦ ୱିକେଟ୍ ନେଇଛନ୍ତି।