କରୋନା ମାଡ : ଆମେରିକୀୟ ଏୟାରଲାଇନ୍ସରୁ ସମସ୍ତ ଅଂଶଧନ କାଢିନେଲେ କୋଟିପତି ୱାରେନ୍ ବଫେଟ୍

Published By : Prameya-News7 Bureau | May 04, 2020 IST

ନବରସ୍କା: କରୋନା ସଂକଟ ଯୋଗୁ ୱାରେନ୍ ବଫେଟଙ୍କ କମ୍ପାନୀ ବର୍କଶାୟର ହାଥୱେ ଆମେରିକୀୟ ବିମାନ କମ୍ପାନୀମାନଙ୍କରେ ଥିବା ତାଙ୍କର ସମସ୍ତ ସେୟାର ବିକ୍ରୟ କରିଦେଇଛନ୍ତି। କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ୱାରେନ ବଫେଟ୍ ନିଜେ ଏହି ସୂଚନା ଦେଇଛନ୍ତି। ବୈଶ୍ୱିକ ମହାମାରୀ ଏଭିଏସନ ଇଣ୍ଡଷ୍ଟ୍ରି ଲାଗି ଦୁନିଆକୁ ବଦଳାଇ ଦେଇଥିବା ବଫେଟ୍ କହିଛନ୍ତି।

{"id":264447,"sizeSlug":"large"}

ବିମାନ କମ୍ପାନୀମାନଙ୍କରେ ନିବେଶ ନିଷ୍ପତ୍ତି ତାଙ୍କର ମସ୍ତବଡ ଭୁଲ ଥିଲା ବୋଲି ବଫେଟ କହିଥିବା ବେଳେ, ଏଥିପାଇଁ ସେ କୋଟିକୋଟି ଡଲାର କ୍ଷତିରେ ପଡିଛନ୍ତି। ନବରସ୍କାସ୍ଥିତ ଏହି ବହୁରାଷ୍ଟ୍ରୀୟ କମ୍ପାନୀ ଦେଶର ୪ ବୃହତ୍ତ ଏୟାରଲାଇନ୍ସରେ ବିପୁଳ ବିନିୟୋଗ କରିଥିଲେ।  ବର୍କଶାୟର ହାତୱେ ଫାଇଲ କରିଥିବା ତଥ୍ୟାନୁସାରେ ଡେଲ୍ଟା ଏୟାର ଲାଇନ୍ସର ୧୧ ପ୍ରତିଶତ ଅଂଶଧାରକ ଥିବା ବେଳେ ଆମେରିକାନ ଏୟାରଲାଇନ୍ସ କମ୍ପନୀର ୧୦, ସାଉଥୱେଷ୍ଟ ଏୟାରଲାଇନ୍ସ କମ୍ପାନୀର ୧୦ ଓ ୨୦୧୯ ମସିହା ଶେଷ ଆଡକୁ ୟୁନାଇଟେଡ ଏୟାରଲାଇନ୍ସର ୯ ପ୍ରତିଶତ ସେୟାର କିଣିନେଇଥିଲେ।

{"id":264448,"sizeSlug":"large"}

ଦୀର୍ଘବର୍ଷ ଧରି ହାଥୱେ ଏୟାରଲାଇନ୍ସ ନିବେଶକୁ ଟାଳି ଆସୁଥିଲେ। ତେବେ ୨୦୧୬ ମସିହାରେ ଏହି କ୍ଷେତ୍ରକୁ ନିବେଶ ଲାଗି ବାଛିବା ସହ ୪ ପ୍ରମୁଖ ଏୟାର ଲାଇନ୍ସର ଏକାକୀ ସବୁଠାରୁ ବଡ ନିବେଶକ ପାଲଟିଥିଲେ। ତେବେ ବିପୁଳ କ୍ଷତି ଯୋଗୁ ବ୍ୟବସାୟରୁ ଅର୍ଥ ଫେରାଇନେବାକୁ ବାଧ୍ୟ ହୋଇଥିବା ବଫେଟ କହିଛନ୍ତି। ଏବେ ଆମେ ଏପରି କୌଣସି କମ୍ପାନୀଙ୍କୁ ଟଙ୍କାଟିଏ ବି ଦେବୁନି ଯେଉଁମାନେ ଭବିଷ୍ୟତରେ ମୂଳ ବୁଡେଇଦେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ବଫେଟ୍।

{"id":264449,"width":580,"height":325,"sizeSlug":"large"}

ଏହା ପୂର୍ବରୁ ଗତମାସରେ ହାଥୱେ ଡେଲ୍ଟା ଏୟାରରୁ ୧୮ ପ୍ରତିଶତ ଓ ସାଉଥ ୱେଷ୍ଟରୁ ୪ ପ୍ରତିଶତ ସେୟାର ପ୍ରତ୍ୟାହାର କରିଥିବାର ଘୋଷଣା କରିଥିଲେ। ତେବେ ପ୍ରସଙ୍ଗରେ ସାଉଥୱେଷ୍ଟ, ଆମେରିକାନ ଓ ୟୁନାଇଡେଟ୍ ଏୟାର ଲାଇନ୍ସ କୌଣସି ମନ୍ତବ୍ୟ ଦେଇନଥିବା ବେଳେ ହାଥୱେ ଏପରି ପଦକ୍ଷେପ ନେଇଥିବା ଆମେ ପୂର୍ବରୁ ଜାଣିଛୁ ବୋଲି ଡେଲ୍ଟା ଏୟାର କହିଛନ୍ତି। ସୋସିଆଲ ଡିଷ୍ଟାନସିଙ୍ଗର ଯୁଗରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିମାନ ସେବା ପୂର୍ବ ଭଳି ଆଉ ଲାଭଜନକ ବ୍ୟବସାୟ ରହିନପାରେ ବୋଲି ଡେଲ୍ଟା ଏୟାର କର୍ତ୍ତୃପକ୍ଷ କହିଛନ୍ତି।

{"id":264450,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.