ସିଭୟର ସାଇକ୍ଲୋନିକ ଷ୍ଟର୍ମ ‘ତିତଲି’ର ପ୍ରଭାବ : ପ୍ରବଳ ବର୍ଷା ଯୋଗୁଁ ସତର୍କ ସଙ୍କେତ ଉପରେ ବଂଶଧାରାର ଜଳସ୍ତର, ବନ୍ୟା ଆଶଙ୍କା
11/10/2018 at 11:31 PM

ଗୁଣୁପୁର ୧୧/୧୦: ସିଭୟର ସାଇକ୍ଲୋନିକ ଷ୍ଟର୍ମ ତିତଲି ଦୁର୍ବଳ ହେଉଥିବା ବେଳେ ଏହାର ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଭାଗରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିଶେଷ କରି ରୁଷିକୁଲ୍ୟା ଓ ବଂଶଧାରାରେ ବନ୍ୟା ସ୍ଥିତି ଦେଖାଦେଇଛି। ଗୁଣୁପୁରରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ସତର୍କ ସଙ୍କେତ ୮୩ ମିଟର ରହିଥିବା ବେଳେ ଏଠାରେ ୮୩ ଦଶମିକ ୪୦ ମିଟରରେ ଜଳ ପ୍ରବାହିତ ହେଉଛି। ତେବେ ଏଠାରେ ବିପଦ ସଙ୍କେତ ୮୪ ମିଟର ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଆଜି ରାତି ସୁଦ୍ଧା ଏଠାରେ ବିପଦ ସଙ୍କେତ ଟପିପାରେ। ଏହା ସହିତ ତଳି ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023