ଆଇଫୋନ୍ ୟୁଜର୍ସଙ୍କ ପାଇଁ ଚେତାବନୀ ! ରାତିସାରା ଫୋନ୍ ଚାର୍ଜ କରି ପାଖରେ ଶୋଇଲେ ବିପଦ

Published By : Prameya-News7 Bureau | August 23, 2023 IST

ମୁମ୍ୱାଇ ୨୩/୦୮: ଆଇଫୋନ୍‌କୁ ଚାର୍ଜ କରି ପାଖରେ ରଖି ଶୋଉଛନ୍ତି କି ? ତାହାହେଲେ ହୋଇଯାଆନ୍ତୁ ସାବଧାନ ! ଆଇଫୋନ୍‌କୁ ଚାର୍ଜ କରି ଅତି ନିକଟରେ ଶୋଉଥିବା ୟୁଜର୍ସଙ୍କୁ ସତର୍କ କରାଇଛି ଆପଲ। ଏହା ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇବା ସହ ସ୍ୱାସ୍ଥ୍ୟ ହାନୀର ଆଶଙ୍କା ରହିଥିବା କହିଛି ଆପଲ୍। ଏନେଇ ୟୁଜର୍ସଙ୍କ ପାଇଁ ଆଡଭାଇଜରି ଜାରି କରିଛି ଆପଲ୍।  

ଏବେ ଇଣ୍ଟରନେଟ୍‌ ର ଯୁଗ । ଇଣ୍ଟରନେଟ୍ ଦୁନିଆରେ ଯୁବପିଢିମାନେ କ୍ଷଣିକ ପାଇଁ ମୋବାଇଲ ଛାଡ଼ିବା ମୁସ୍କିଲ। ସକାଳ ଆରମ୍ଭରୁ ରାତି ଯାଏ… ହାତରେ ଥାଏ ମୋବାଇଲ। ଏପରିକି ଶୋଇବା ପରେ ନିଜ ପାଖରେ ମୋବାଇଲକୁ ଚାର୍ଜ କରି ପାଖରେ କିମ୍ବା ତକିଆ ତଳେ ଶୋଇପଡ଼ନ୍ତି। ଯଦି ଏପରି କରୁଛନ୍ତି, ତାହାହେଲେ ହୋଇଯାଆନ୍ତୁ ସାବଧାନ। ଫୋନ୍‌କୁ ଚାର୍ଜ କରି ପାଖରେ ଶୁଅନ୍ତୁ ନାହିଁ। ଏପରିକି ନିବୁଜ ଘରେ ଫୋନକୁ ଚାର୍ଜ କରନ୍ତୁ ନାହିଁ।  

ଆଇଫୋନ୍ ମାନୁଫ୍ୟାକ୍‌ଚରିଂ କମ୍ପାନି ଆପଲ ନିଜର ୟୁଜର୍ସ ପାଇଁ ଆଜଭାଇଜରି ଜାରି କରି କହିଛି-

ଶୋଇବା ବେଳେ ନିଜ ପାଖରେ ମୋବାଇଲକୁ ଚାର୍ଜ କରି ପାଖରେ ଶୁଅନ୍ତୁ ନାହିଁ। ଏହି ସମୟରେ ଆପଣଙ୍କୁ ବିଜୁଳି ଝଟ୍‌କା ଲାଗିପାରେ। ନିଆଁ ବି ଲାଗିଯାଇପାରେ। ଏପରିକି ଆପଣଙ୍କ ଫୋନ୍‌ ନଷ୍ଟ ହେବାର ସମ୍ଭାବନା ରହିଛି।

ଡିଭାଇସକୁ ଚାର୍ଜ କରିବା ସମୟରେ ତକିଆ କିମ୍ବା କମ୍ବଳ ତଳେ ରଖି ଶୁଅନ୍ତୁ ନାହିଁ। ଚାର୍ଜିଂ ବେଳେ ଫୋନ୍‌ରୁ ହିଟ୍ ପାସ୍ କରିଥାଏ। ବ୍ୟାଟେରି ଉପରେ ଚାପ ପଡ଼ିବା ପରି କୌଣସି କାମ କରନ୍ତୁ ନାହିଁ।  ସେଥିପାଇଁ ଫୋନ୍‌କୁ ନିବୁଜ ସ୍ଥାନରେ ଚାର୍ଜ ନକରି ମୁକ୍ତ ସ୍ଥାନରେ ରଖନ୍ତୁ। ଯେଉଁଠି ସହଜରେ ଭେଣ୍ଟିଲେସନ ହୋଇପାରୁଥିବ।

ଥାର୍ଡ ପାର୍ଟି ଚାର୍ଜର ତଥା ନକଲି ଚାର୍ଜରରେ ଡିଭାଇସ୍‌କୁ ଚାର୍ଜ କରନ୍ତୁ ନାହିଁ। କେବଲ୍ କିମ୍ବା ଚାର୍ଜର ପଏଣ୍ଟ ଖରାପ ଥିଲେ କିମ୍ବା କାମ କରୁନଥିଲେ, ସେଥିରେ ଚାର୍ଜ କରନ୍ତୁ ନାହିଁ। କାହିଁକିନା ଆପଣଙ୍କୁ କରେଣ୍ଟ୍ ଝଟକା ଲାଗିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.