ଓ୍ୱାର୍ଡ ମେମ୍ବରଙ୍କୁ ଭୁଜାଲିରେ ହାଣି ହତ୍ୟା

Published By : Prameya-News7 Bureau | September 29, 2019 IST

ଅନୁଗୋଳ ୨୯ ।୦୯ - ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତୁଳିଆ ପଞ୍ଚାୟତର ୭ ନମ୍ବର ୱାର୍ଡ ମେମ୍ବରଙ୍କୁ  ଭୁଜାଲିରେ ହାଣି ହତ୍ୟା । ବିଚ ରାସ୍ତା, ସର୍ବ ସମ୍ମୁଖରେ ୱାର୍ଡ ମେମ୍ବର ଜଗବନ୍ଧୁ ବେହେରାଙ୍କୁ ଭୁଜାଲିରେ ହାଣି ହତ୍ୟା କଲା ସତ୍ୟାନନ୍ଦ ଗଡ଼ନାୟକ।

 ଅନ୍ତୁଳିଆ ଛକରେ ଘଟିଛି ଏହି ଘଟଣା। ଜଗବନ୍ଧୁ ହରିଜନ ମଣ୍ଡଳର ସଭାପତି ମଧ୍ୟ ଅଛନ୍ତି। କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଛି ଅସ୍ପଷ୍ଟ। ହତ୍ୟା କଲା ପରେ ଦୁର୍ବୁତ୍ତ ଫେରାର। ଜରପଡା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.