LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦରବୃଦ୍ଧି ସହ ଏବେବି ଜାରି ରହିଛି ଯୁଦ୍ଧ, ରହିବାକୁ ହେବ ସତର୍କ: RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

24/05/2023 at 5:09 PM

ନୂଆଦିଲ୍ଲୀ, ୨୪/୦୫: ‘‘ଦରବୃଦ୍ଧି ନିକଟରେ କମ୍ ହୋଇଛି, କିନ୍ତୁ ଏହା ବିରୋଧରେ ଏବେବି ଭାରତର ସଂଘର୍ଷ ଜାରି ରହିଛି ତେଣୁ ଆତ୍ମସନ୍ତୋଷ ହେବାର କୌଣସି କାରଣ ନାହିଁ।’’ ବୁଧବାର ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ କାର୍ଯ୍ୟକ୍ରମରେ ଦରବୃଦ୍ଧି ଉପରେ ପ୍ରତିକ୍ରିୟା ରଖି ଏଭଳି କିଛି କହିଛନ୍ତି। ସେ କହିଛନ୍ତି ସୁଧ ହାରରେ ବୃଦ୍ଧି ରୋକିବା ତାଙ୍କ ହାତରେ ନାହିଁ, ଏହା ସେହି ସମୟର ତୃଣମୂଳ ସ୍ଥିତି ଉପରେ ନିର୍ଭର କରେ।

ଭାରତୀୟ ଉଦ୍ୟୋଗ ପରିସଂଘ (CII)ର ବାର୍ଷିକ ସମ୍ମିଳନୀ ୨୦୨୩ରେ ଯୋଗଦେଇ ଶକ୍ତିକାନ୍ତ ଦାସ କହିଛନ୍ତି​‌ ଯେ, ‘ଦରବୃଦ୍ଧି ସହ ଯୁଦ୍ଧ ଏବେବି ଶେଷ ହୋଇନାହିଁ। ଆମକୁ ସତର୍କ ରହିବାକୁ ହେବ। ତେଣୁ ଆତ୍ମସନ୍ତୋଷ ପାଇଁ କିଛି କାରଣ ନାହିଁ। ଯେପରି ଅବହେଳା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ହେବ।’’ ଏହି ଅବସରରେ ସେ ଏଲ ନିନୋର ପ୍ରଭାବ ଉପରେ ମଧ୍ୟ ଆଲୋକପାତ କରିଛନ୍ତି।

ସେ ଆହୁରି କହିଛନ୍ତି ଖୁଚୁରା ଦରବୃଦ୍ଧି ଆଗାମୀ ସମୟରେ ୪.୭ ପ୍ରତିଶତରୁ ତଳକୁ ଆସିବାର ଆଶା ରହିଛି। ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଭଲ ପ୍ରଦର୍ଶନ ଏବଂ ବ୍ୟାଙ୍କିଂ ସେବା ଫଳରେ ୨୦୨୨-୨୩ ଦେଶର ଜିଡିପି ୭ ପ୍ରତିଶତରୁ ଅଧିକ ହୋଇପାରେ। ଆର୍ଥିକ ବର୍ଷ ୨୦୨୪ରେ ଭାରତ ଜିଡିପି ୬.୫ ପ୍ରତିଶତ ହୋଇପାରେ ବୋଲି କହିଛନ୍ତି ଶକ୍ତିକାନ୍ତ ଦାସ।

ଦାସଙ୍କ କହିବା ଅନୁଯାୟୀ, ଭାରତୀୟ କୃଷି କ୍ଷେତ୍ର ଭଲ ପ୍ରଦର୍ଶନ କରୁଛି, ଚଳିତ ବର୍ଷ ଭଲ ମୌସୁମୀ ମଧ୍ୟ ଆଶା କରାଯାଉଛି। ଏହା ବ୍ୟତୀତ ସେବା କ୍ଷେତ୍ର ମଧ୍ୟ ଧୀରେ ଧୀରେ ବୃଦ୍ଧି ହେଉଛି। ବିଶେଷ ଭାବରେ ସିମେଣ୍ଟ ଏବଂ ଇସ୍ପାତ କ୍ଷେତ୍ରରେ ବ୍ୟକ୍ତିଗତ ନିବେଶ ମଧ୍ୟ ପ୍ରମାଣ ରହିଛି। ଅବଶ୍ୟ ବାଣିଜ୍ୟିକ ରପ୍ତାନୀ ଏବଂ ଏଲ୍ ନିନୋର ଭବିଷ୍ୟତବାଣୀ ଉପରେ କିଛି ନକାରାତ୍ମକ ପ୍ରଭାବ ରହିଛି। ତେବେ ଆରବିଆଇ ଦେଶର ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଅର୍ଥବ୍ୟବସ୍ଥାକୁ ପୂରା ସମର୍ଥନ ଦେବ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

   Related Posts