ଏସିଆ କପ୍‌ ପୂର୍ବରୁ ଭାରତ-ପାକିସ୍ତାନ ଦିଗ୍‌ଜଙ୍କ ମଧ୍ୟରେ ବାକ୍ ଯୁଦ୍ଧ, ଓ୍ଵାକରଙ୍କୁ ମୁହଁତୋଡ ଜବାବ ଦେଲେ ଇରଫାନ ପଠାନ

Published By : Prameya-News7 Bureau | August 21, 2022 IST

ନୂଆଦିଲ୍ଲୀ: ଏସିଆ କପ୍‌କୁ ଆଉ କେଇ ଦିନ ବାକି ରହିଛି। ସାରା ବିଶ୍ଵର ପ୍ରଶଂସକ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲାକୁ ଦେଖିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି। ତେବେ ଏହା ପୂର୍ବରୁ ଭାରତ ଏବଂ ପାକିସ୍ତାନର ଦିଗଜଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ପାକିସ୍ତାନର ଦ୍ରୁତ ବୋଲର  ଶାହିନ ଶାହ ଆଫ୍ରିଦି ଆହତ କାରଣରୁ ଏସିଆ କପ୍ ୨୦୨୨ରୁ ବାଦ୍ ପଡିଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଶନିବାର ଏହାର ସୂଚନା ଦେଇଛି। ଆଫ୍ରିଦି ଆଣ୍ଠୁରେ ଆଘାତ ଲାଗିବା କାରଣରୁ ଆଗାମୀ ଏସିଆ କପ୍ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ଖେଳିବେ ନାହିଁ। ଏଥିରେ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି।

ଏହା ପୂର୍ବରୁ ଭାରତର ଦୁଇ ପ୍ରମୁଖ ବୋଲର ଯଶପ୍ରୀତ ବୁମରା ଏବଂ ହର୍ଷଲ ପଟେଲ୍ ଆହତ କାରଣରୁ ଏସିଆ କପ୍‌ରୁ ବାଦ୍ ପଡିଛନ୍ତି। ତେବେ ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ଓ୍ଵାକର ୟୁନୁସଙ୍କ କହିବା କଥା ଆଫ୍ରିଦି ଏସିଆ କପ୍‌ରୁ ବାଦ୍ ପଡିବା ନିଶ୍ଚିତ ଭାବେ ଭାରତୀୟ ଶୀର୍ଷ କ୍ରମର ବ୍ୟାଟସମ୍ୟାନଙ୍କ ପାଇଁ ଆଶ୍ଵସ୍ତିକର ବିଷୟ। ତାଙ୍କ ଦ୍ଵାରା କରାଯାଇଥିବା ଏହି ଟୁଇଟ୍‌ ଉପରେ ଭାରତୀୟ ପ୍ରଶଂସକ ମୁହଁତୋଡ ଜବାବ ଦେଇଛନ୍ତି।ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ମଧ୍ୟ ଓ୍ଵାକରଙ୍କୁ ଜବାବ ଦେଇଛନ୍ତି।

wp:html /wp:html

ଇରଫାନ କହିଛନ୍ତି, ବୁମରା ଏବଂ ପଟେଲ୍ ନ ଖେଳିବା ବିରୋଧୀ ଦଳ ପାଇଁ ଆଶ୍ଵସ୍ତିକର ବିଷୟ। ସେ ଟୁଇଟ୍ କରିଛନ୍ତି, ଏହା ଅନ୍ୟ ଦଳ ପାଇଁ ଆଶ୍ଵସ୍ତିକର ବିଷୟ ଯେ ବୁମରା ଏବଂ ହର୍ଷଲ ଏସିଆ କପ୍ ଖେଳିବେ ନାହିଁ।

ସୂଚନାଯୋଗ୍ୟ, ଏସିଆ କପ୍‌ ଅଗଷ୍ଟ ୨୭ରୁ ଆରମ୍ଭ ହେଉଛି। ଭାରତ ପ୍ରଥମ ମୁକାବିଲାରେ ଅଗଷ୍ଟ ୨୮ରେ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଭାରତ ନିକଟରେ ପାକିସ୍ତାନ ବିପକ୍ଷରେ ପ୍ରତିଶୋଧ ନେବାର ସୁବର୍ଣ୍ଣ ସୁଯୋଗ ରହିଛି। କାରଣ ଗତ ବର୍ଷ ଟି-୨୦ ବିଶ୍ଵ କପ୍‌ରେ ପାକିସ୍ତାନ ଭାରତକୁ ୧୦ ଓ୍ଵିକେଟ୍‌ରେ ଶୋଚନୀୟ ଭାବେ ପରାସ୍ତ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.