ଗୋଟିଏ ବାଲଟି ପାଇଁ ୨ ରାଜ୍ୟ ମଧ୍ୟରେ ହୋଇଥିଲା ଭୀଷଣ ଯୁଦ୍ଧ, ମରିଥିଲେ ୨୦୦୦ ସୈନିକ

Published By : Prameya-News7 Bureau | March 15, 2020 IST

ରୋମ, ୧୫|୦୩:   ବିଶ୍ୱରେ ଅନେକ ଯୁଦ୍ଧ ହୋଇଛି। ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। କିଛି ଯୁଦ୍ଧର ଭୟାବହତା ଏତେ ଥିଲା ଯେଉଁଥିରେ ଲକ୍ଷ ଲକ୍ଷ ସୈନିକ ଜୀବନ ହାରିଥିଲେ। ପୂର୍ବରୁ କେବଳ ଅନ୍ୟ ରାଜ୍ୟକୁ କବଜା କରିବା ଉଦ୍ଦେଶ୍ୟରେ ଯୁଦ୍ଧ କରାଯାଉଥିଲା। କିନ୍ତୁ ଆଜିଠୁ ୬୯୫ ବର୍ଷ ପୂର୍ବେ ଏକ ବିଚିତ୍ର କାରଣ ଯୁଦ୍ଧ ହୋଇଥିଲା। କେବଳ ଗୋଟଏ ବାଲଟି ପାଇଁ ଏହି ଯୁଦ୍ଧ ହୋଇଥିଲା। ଏଥିରେ ୨ହଜାରରୁ ଅଧିକ ସୈନିକ ପ୍ରାଣ ହରାଇଥିଲେ।

{"id":238845,"width":748,"height":505,"sizeSlug":"large"}

ଏହି ଯୁଦ୍ଧ ୧୩୨୫ ଖ୍ରୀଷ୍ଟାବ୍ଦରେ ହୋଇଥିଲା। ସେହି ସମୟରେ ଇଟାଲୀରେ ଧାର୍ମିକ ଉତ୍ତେଜନା ବୃଦ୍ଧି ପାଇଥିଲା। ଏଠାକାର ଦୁଇଟି ରାଜ୍ୟ ବୋଲୋଗ୍ନା ଓ ମୋଡେନା ମଧ୍ୟରେ ଅଧିକାଂଶ ସମୟରେ ଯୁଦ୍ଧ ଲାଗି ରହିଥାଏ। ବୋଲୋଗ୍ନାକୁ ଧର୍ମଗୁରୁ ପୋପଙ୍କ ସମର୍ଥନ ମିଳିଥିଲା। ତେବେ ମୋଡେନା ସାମ୍ରାଜ୍ୟକୁ ରୋମାନ ସମ୍ରାଟଙ୍କ ସମର୍ଥନ ମିଳିଥିଲା। ବୋଲୋଗ୍ନାର ଲୋକ ପୋପଙ୍କୁ ଧର୍ମଗୁରୁ ଭାବେ ଗ୍ରହଣ କରିଥିଲେ। ତେବେ ମୋଡେନା ସାମ୍ରାଜ୍ୟର ଲୋକ ରୋମାନ ସମ୍ରାଟଙ୍କୁ ଗୁରୁ ବୋଲି ମାନୁଥିଲେ।

{"id":238847,"width":753,"height":508,"sizeSlug":"large"}

ତେବେ ୧୩୨୫ ଖ୍ରୀଷ୍ଟାବ୍ଦରେ ମୋଡେନାର କିଛି ସୈନିକ ବୋଲୋଗ୍ନାର ଏକ ଦୁର୍ଗରେ ପଶିଯାଇଥିଲେ। ଏହାସହ ସେଠାରୁ କାଠରେ ତିଆରି ଏକ ବାଲଟି ଚୋରି କରିଥିଲେ। ଏହି ବାଲଟିଟି ହୀରା ଓ ରତ୍ନ ପଥରରେ ଭର୍ତ୍ତି ହୋଇ ରହିଥିବା କୁହାଯାଏ। ବୋଲୋଗ୍ନା ସେନା ଏହା ଜାଣିବା ପରେ ମୋଡେନାକୁ ଏହାକୁ ଫେରସ୍ତ ଦେବା ପାଇଁ କହିଥିଲେ। କିନ୍ତୁ ବୋଲୋଗ୍ନା ମୋଡେନା ବିପକ୍ଷରେ ଯୁଦ୍ଧ ଘୋଷଣା କରିଥିଲା।

{"id":238849,"width":754,"height":509,"sizeSlug":"large"}

ବୋଲୋଗ୍ନା ପାଖରେ ୩୨ ହଜାର ସୈନିକ ଥିଲେ। କିନ୍ତୁ ମୋଡେନା ପାଖରେ ମାତ୍ର ୭ ହଜାର ସୈନିକ ଥିଲେ। ଦୁଇ ରାଜ୍ୟ ମଧ୍ୟରେ ଗୋଟିଏ ଦିନ ଯୁଦ୍ଧ ହୋଇଥିଲା। ତେବେ କମ ସୈନ୍ୟ ଥିବା ସତ୍ତ୍ୱେ ମୋଡେନା ଯୁଦ୍ଧରେ ବିଜୟୀ ହୋଇଥିଲା। ଏହି ୟୁଦ୍ଧରେ ପ୍ରାୟ ୨ହଜାର ସୈନ୍ୟ ପ୍ରାଣ ହରାଇଥିଲେ।

{"id":238850,"width":751,"height":507,"sizeSlug":"large"}

ଏହି ଯୁଦ୍ଧକୁ ‘ଓ୍ୱାର ଅଫ୍ ଦ ବକେଟ’ ବୋଲି କୁହାଯାଏ। ଆଜି ମଧ୍ୟ ସେହି ବାଲଟିକୁ ମ୍ୟୁଜିୟମରେ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.