ନୂଆଦିଲ୍ଲୀ, ୦୩ ।୧୦: ଭାରତୀୟ ସେନା ଓ ଚୀନ ସୈନ୍ୟଙ୍କ ମଧ୍ୟରେ ଗଲଓ୍ୱାନ ଘାଟିରେ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲା । ଏହି ସଙ୍ଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ତେବେ ଏହି ଯବାନଙ୍କ ନାମରେ ଦୌଲତାବେଗରେ ଏକ ମେମୋରିଆଲ ବା ସ୍ମାରକୀ ନିର୍ମାଣ କରାଯାଇଛି । ଏଥିରେ ସହିଦ ହୋଇଥିବା ଜଣେ ଅଫିସରଙ୍କ ସମେତ ୨୦ ସୈନିକଙ୍କ ନାଁ ଉଲ୍ଲେଖ ରହିଛି ।
ଚଳିତ ଥର ମେମୋରିଆଲରେ ସେହି ସମସ୍ତ ଯବାନଙ୍କ ନାଁ ଲେଖାଯାଇଛି ଯେଉଁମାନେ ଜୁନ ୧୫ ତାରିଖରେ ଚୀନ୍ ସୈନ୍ୟଙ୍କ ସହ ସଙ୍ଘର୍ଷରେ ପ୍ରାଣ ହରାଇଥିଲେ । ଚୀନ୍ ଯବାନମାନେ ଲୁଚି କରି ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ ଭାରତୀୟ ବୀର ଯବାନମାନେ ଚୀନ୍ ସୈନ୍ୟଙ୍କୁ କଡା ଜବାବ ଦେଇଥିଲେ । ଚୀନର ମଧ୍ୟ ୬୦ ଜଣ ସୈନ୍ୟ ପ୍ରାଣ ହରାଇଥିବା କୁହାଯାଉଛି ।
{"id":338180,"sizeSlug":"large"}ପୂର୍ବ ଲଦାଖର ଗଲଓ୍ୱାନ ଘାଟିରେ ଜୁନ ୧୫ରେ ଘଟିଥିବା ଏହି ରକ୍ତାକ୍ତ ସଙ୍ଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଲଦାଖର ପାଙ୍ଗଙ୍ଗ୍ ହ୍ରଦ ନିକଟରେ ଏହି ସଙ୍ଘର୍ଷ ଘଟିଥିଲା ।
ଏହି ମୋମୋରିଆଲରେ ୨୦ ସୈନିକଙ୍କ ନାଁ ସହ ସମ୍ପୂର୍ଣ୍ଣ ଲିଓପାର୍ଡ ଅପରେସନ୍ ବାବଦରେ ଉଲ୍ଲେକ ରହିଛି । ଏହି ସଙ୍ଘର୍ଷରେ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କର୍ଣ୍ଣଲ ସନ୍ତୋଷ ବାବୁଙ୍କ ସମେତ ୧୯ ସୈନ୍ୟ ସହିଦ ହୋଇଥିଲେ ।
ଭାରତ ଏହାକୁ ଚୀନର ଷଡଯନ୍ତ୍ର ବୋଲି କହିଛି । ଭାରତୀୟ ସ୍ଥିତିରେ ଚୀନ ନିଜର ଦବଦବା ଜାହିର କରିବାକୁ ଏପରି ଯୋଜନା କରିଥିଲା ଯେ ଅଗଷ୍ଟ ୨୯-୩୦ ତାରିଖରେ ମଧ୍ୟ ଚୀନର ଏପରି ଆଉ ଏକ ଚାଲ୍କୁ ଭାରତୀୟ ଯବାନ ଭଣ୍ଡୁର କରିଥିଲେ ।