ସାମ୍ନାକୁ ଆସିଲା ‘War2’ର ରିଲିଜ୍‌ ଡେଟ୍‌, ଏହି ଦିନ ଥିଏଟରରେ ଧମାଲ କରିବେ ହ୍ରିତିକ୍‌-ଏନ୍‌ଟିଆର

Published By : Prameya-News7 Bureau | November 29, 2023 IST

ମୁମ୍ଵାଇ ୨୯।୧୧: ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ 'ୱାର' ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିଲା । ପ୍ରଶଂସକମାନେ ବର୍ତ୍ତମାନ ଉତ୍ସାହର ସହିତ' ୱାର-୨ 'କୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ସେମାନଙ୍କର ଅପେକ୍ଷା ଶେଷ ହୋଇଛି । ନିର୍ମାତାମାନେ 'ୱାର ୨'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ୨୦୨୫ରେ ମୁକ୍ତିଲାଭ କରିବ ।

ଚଳଚ୍ଚିତ୍ର ସମାଲୋଚକ ତରନ ଆଦର୍ଶ ଟ୍ୱିଟ୍ କରି ଫିଲ୍ମର ଅଫିସିଆଲ୍ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଟ୍ୱିଟ୍ କରିଛନ୍ତି- 'YRF ସ୍ପାଏ ୟୁନିଭର୍ସର ଷଷ୍ଠ ଚଳଚ୍ଚିତ୍ର ୱାର-୨ ର ରିଲିଜ୍ ତାରିଖ ପ୍ରକାଶ ପାଇଛି। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୪, ୨୦୨୫ ରେ ମୁକ୍ତିଲାଭ କରିବ। YRF ଏହି ଚଳଚ୍ଚିତ୍ର ନିର୍ମାଣ କରୁଛି । ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ସେମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡିବ । ଏଥର ହ୍ରିତିକ ରୋଶନଙ୍କ ବ୍ୟତୀତ ଜୁନିଅର ଏନଟିଆର ଏବଂ କିଆରାଙ୍କୁ ମଧ୍ୟ 'ୱାର ୨'ରେ ଦେଖିବାକୁ ମିଳିବ।

wp:html /wp:html

'ୱାର ୨' ବ୍ୟତୀତ ହ୍ରିତିକଙ୍କ ଫିଲ୍ମ 'ଫାଇଟର୍' ମଧ୍ୟ ରହିଛି। ଫିଲ୍ମ 'ଫାଇଟର୍' ଆସନ୍ତା ବର୍ଷ ୨୫ ଜାନୁୟାରୀ ୨୦୨୪ରେ ମୁକ୍ତିଲାଭ କରିବ। ଏଥିରେ ଦୀପିକା ପାଦୁକୋନ ହ୍ରିତିକଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ସେଟରୁ ଅନେକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଉଭୟଙ୍କ ମଧ୍ୟରେ ଦମ୍‌ଦାର କେମେଷ୍ଟ୍ରୋ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଦୀପିକା ଏବଂ ହ୍ରିତିକଙ୍କୁ ଏକାଠି ଦେଖିବାକି ମିଳିବ।

wp:embed {"url":"https://www.prameyanews7.com/bigg-boss-17-isha-malviya-gossip-ankita-lokhande-vicky-jain/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bigg-boss-17-isha-malviya-gossip-ankita-lokhande-vicky-jain/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.