LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

EWS ମୁସ୍‌ଲିମଙ୍କୁ ମିଳୁଥିବା ୪% ସଂରକ୍ଷଣକୁ ଉଚ୍ଛେଦ କଲେ କର୍ଣ୍ଣାଟକ ସରକାର: ଆନ୍ଦୋଳନ ଚେତାବନୀ ଦେଲା ୱାକଫ୍ ବୋର୍ଡ

25/03/2023 at 6:25 PM

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁସଲମାନଙ୍କୁ ଆର୍ଥିକ ଦୁର୍ବଳ ଶ୍ରେଣୀରେ ରଖି ଦିଆଯାଉଥିବା ୪ ପ୍ରତିଶତ ସଂରକ୍ଷଣକୁ ରାଜ୍ୟ ସରକାର ଉଚ୍ଛେଦ କରିବା ପରେ ଅସନ୍ତୋଷ ପ୍ରକାଶ କରିଛି ୱାକଫ୍‌ ବୋର୍ଡ। ଶନିବାର ବୋର୍ଡ ପକ୍ଷରୁ ଏହାକୁ ବିରୋଧ କରି ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦିଆଯାଇଛି।

୨ବି କ୍ୟାଟେଗୋରୀରେ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିବାକୁ ବୋର୍ଡ ପୁନଃ ଦାବି କରିବା ସହ ଆଗକୁ ନିର୍ବାଚନ ଆସୁଥିବାରୁ ସରକାର ଭୋଟର ଧ୍ରୁବୀକରଣ କରିବାକୁ ଚାହୁଁଛନ୍ତି ବୋଲି ୱାକ୍‌ଫ୍‌ ବୋର୍ଡ କହିଛି।

୨ବି ସଂରକ୍ଷଣ କେବଳ ଆମ ପାଇଁ ଥିଲା। ଏହା ଉଠିଯିବା ପରେ ବର୍ତ୍ତମାନ ଆମକୁ ମଜଭୁତ ସମ୍ପ୍ରଦାୟ ଯଥା ବ୍ରାହ୍ମୀନ, ବୈଶ୍ୟ, ଜୈନ ଆଦିଙ୍କ ସାମଙ୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ି ବୋଲି ୱାକଫ୍ ବୋର୍ଡର ଜଣେ ସଦସ୍ୟ କହିଛନ୍ତି।

ସୂଚନା ଅନୁସାରେ, ଏନେଇ ବୋର୍ଡ ରାଜ୍ୟପାଳଙ୍କ ପାଖରେ ସ୍ମାରକପତ୍ର ପ୍ରଦାନ କରିବ। ସରକାରଙ୍କର ଏଭଳି ନିଷ୍ପତ୍ତି ବିରୋଧରେ ବୋର୍ଡ ରାସ୍ତାକୁ ଓହ୍ଲାଇବ। ରାଜ୍ୟ ବିଧାନସଭା ଆଗରେ ଧାରଣା ଦେବ ବୋଲି ୱାକ୍‌ଫ ବୋର୍ଡ ପକ୍ଷରୁ କୁହାଯାଇଛି। କର୍ଣ୍ଣାଟକ ମୁସ୍ଲିମଙ୍କୁ ୪ ପ୍ରତିଶତ ଓବିସି ସଂରକ୍ଷଣ ମିଳୁଥିଲା। ହେଲେ ଶୁକ୍ରବାର(୨୪.୩.୨୩)ରେ କର୍ଣ୍ଣାଟକ ସରକାର ସଂରକ୍ଷଣ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ବିରୋଧ ତେଜିଛି।

   Related Posts