ପ୍ୟାରିସ୍ ଗୁଳିକାଣ୍ଡ ଘଟଣା: ବିଦେଶୀଙ୍କ ପ୍ରତି ଘୃଣା ରଖି ହତ୍ୟା ପାଇଁ ଗୁଳି କରିଥିଲା ଦୁର୍ବୃତ୍ତ
25/12/2022 at 7:59 PM

ପ୍ୟାରିସ: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ଗୁଳିକାଣ୍ଡ ଘଟଣାରେ କୁର୍ଦ୍ଦିଶ ସମ୍ପ୍ରଦାୟ ଆନ୍ଦୋଳନ ତେଜିଥିଲା। ଗୁଳିମାରିଥିବା ୬୯ ବର୍ଷୀୟ ବ୍ୟକ୍ତିକୁ ଗିରଫ କରିଥିଲା ପୁଲିସ୍। ଏବେ ତାକୁ ପଚରାଚରା କରିବା ପରେ ସେ ବିଦେଶୀମାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ବୋଲି ଦୋଷ ସ୍ୱୀକାର କରିଛି। ଏନେଇ ମାମଲାରେ ପ୍ୟାରିସର ଜଣେ ଓକିଲ ଲର ବିକୁଆ ସୂଚନା ଦେଇଛନ୍ତି।
ମାମଲାରେ ଗିରଫ ହୋଇଥିବା ୬୯ ବର୍ଷୀୟ ବ୍ୟକ୍ତିଙ୍କୁ ଶନିବାର ଜେଲ୍ରୁ ଛାଡିଦିଆଯାଇଛି। ବୟସଜନିତ ସମସ୍ୟା ଯୋଗୁ ତାଙ୍କୁ ମାନସିକ ସୁଧାର ଗୃହରେ ରଖାଯାଇଛି। ବିକୁଆଙ୍କ ସୂଚନା ଅନୁସାରେ, ୨୦୧୬ରେ ବ୍ୟକ୍ତିଙ୍କ ଘରେ ଚୋରି ହୋଇଥିଲା। ସେହିଦିନ ଠାରୁ ସେ ମାନସିକ ଚାପରେ ରହୁଥିଲେ। ଏଥିପାଇଁ ସେ ବିଦେଶୀମାନଙ୍କ ଉପରେ ରାଗ ରଖି ସେମାନଙ୍କୁ ହତ୍ୟା କରିବାକୁ ଗୁଳି ଚଳାଇଥିଲେ।
୨୩ ଡିସେମ୍ବର ଫ୍ରାନ୍ସର କୁର୍ଦ୍ଦିଷ୍ଟ କମ୍ୟୁନିଷ୍ଟ ସେଣ୍ଟର ରୁଏଡି ଏଙ୍ଘିଆନ୍ ଓ କୁର୍ଦ୍ଦିଷ୍ଟ ରେସ୍ତୋରାଁରେ ବି ଏହି ଆକ୍ରମଣ ହୋଇଥିଲ ବୋଲି ମେୟର ଆଲେକ୍ସାଣ୍ଡର କର୍ଡେବାର୍ଡ କହିଥିଲେ। ଆକ୍ରମଣକାରୀ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ସେ ସୂଚନା ଦେଇଥିଲେ। ଏହି ଘଟଣାକୁ ବିରୋଧ କରି ଆଜି ପ୍ରାନ୍ସରେ କୁର୍ଦ୍ଦିଶ ସମ୍ପ୍ରଦାୟମାନେ ରାସ୍ତାକୁ ଓହ୍ଲାଇଥିଲେ। ନ୍ୟାୟ ଦାବି କରି ଫ୍ରାନ୍ସ ସରକାରଙ୍କର ବିରୋଧରେ ନାରାବାଜୀ କରିଥିଲେ।
ଗତବର୍ଷ ମଧ୍ୟ ଉକ୍ତ ଅପରାଧିକ ପ୍ରବାସୀଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିଲା। ଚଳିତ ମାସରେ ସେ ବେଲ୍ରେ ଆସିଥିଲା। ବେଲ୍ରୁ ଆସି ସେ ପୁଣି ଗୁଳିକାଣ୍ଡ ଘଟାଇଛି। ଗୁଳିକାଣ୍ଡ ପରେ ଶୁକ୍ରବାର କୁର୍ଦ୍ଦିଶ ଲୋକଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲା।