ନୂଆଦିଲ୍ଲୀ: ଆତଙ୍କୀ ତଥା ଖାଲିସ୍ତାନ କମାଣ୍ଡୋ ଫୋର୍ସର ମୁଖ୍ୟ ପରମଜିତ୍ ସିଂ ପଞ୍ଜୱାର ଓରଫ ମଲିକ ସରଦାର ସିଂକୁ ଶନିବାର ଗୁଳି କରି ହତ୍ୟା କରାଯାଇଛି । ଆଜି ସକାଳେ ପାକିସ୍ତାନର ଲାହୋରର ଜୋହର ଟାଉନରେ ଦୁଇ ଅଜଣା ବନ୍ଧୁକଧାରୀ ଏହି ହତ୍ୟା ଘଟଣା ଘଟାଇଛନ୍ତି । ଜୋହର ଅଞ୍ଚଳର ସନଫ୍ଲାୱାର ସୋସାଇଟିରେ ଦୁଇ ଜଣ ପଞ୍ଜୱାରର ଘର ନିକଟରେ ସକାଳ ୬ଟାରେ ଗୁଳି କରି ହତ୍ୟା କରିଥିଲେ । ରିପୋର୍ଟ ଅନୁସାରେ ପଞ୍ଜୱାର ପ୍ରତଃ ଭ୍ରମଣ ବେଳେ ବାଇକରେ ଦୁଇ ଜଣ ଆସି ପରମଜିତ୍ ଉପରେ ଗୁଳି ମାଡ଼ କରିଥିଲେ ।
ପମରଜିତ୍ ସିଂ ପଞ୍ଜୱର ଭାରତର ପଞ୍ଜାବରେ ଡ୍ରୋନ ଜରିଆରେ ନିଶା ଔଷଧ ଏବଂ ହତିଆର ଚୋରାଚାଲାଣରେ ସାମିଲ ରହିଥିଲା । ପରମଜିତ୍ ସିଂର କଟ୍ଟରପନ୍ଥୀ ହେବ ପଛରେ ତାର ସମ୍ପର୍କୀୟ ଭାଇ ଲାଭ ସିଂହ ହାତ ଥିବା କୁହାଯାଉଛି । ପରମଜିତ୍ ସିଂ ୧୯୮୬ରେ କେସିଏଫରେ ସାମିଲ ହୋଇଥିଲା । ଏହା ପୂର୍ବରୁ ସେ ସୋହଲରେ କେନ୍ଦ୍ରୀୟ ସରକାରୀ ବ୍ୟାଙ୍କରେ କାମ କରୁଥିଲା ।
ଭାରତୀୟ ସୁରକ୍ଷାକର୍ମୀଙ୍କ ଗୁଳିରେ ପୂର୍ବରୁ ଲାଭ ସିଂ ନିହତ ହୋଇସାରିଛି । ଏହାପରେ 1990 ଦଶନ୍ଧିରେ ପଞ୍ଜବଡ଼ କେସିଆଫର ନେତୃତ୍ୱ ନେଇଥିଲା ଏବଂ ପାକିସ୍ତାନ ପଳାୟନ କରିଥିଲା । ପାକିସ୍ତାନ ଏହି ଖାଲିସ୍ତାନ ସମର୍ଥକକୁ ଶରଣ ଦେଇଥିଲା । ସୀମ ପାର ହତିଆର ଏବଂ ଡ୍ରଗ୍ସ ଚାଲାଣ କରି ପରମଜିତ୍ ମୋଟ ଟଙ୍କା ଆୟ କରିଥିଲା । ଏହା ବଳରେ ସେ କେସିଏଫକୁ ସକ୍ରିୟ ରଖିବାରେ ସଫଳ ରହୁଥିଲା ।