ଟିମ୍ ଇଣ୍ଡିଆ ପଛରେ ରାହୁଲ ଦ୍ରାବିଡ଼ଙ୍କ ବଡ଼ ଭୂମିକା ରହିଛି, ଆମେ ତାଙ୍କ ପାଇଁ ବିଶ୍ୱକପ ଜିତିବାକୁ ଚାହୁଁଛୁ: କ୍ୟାପ୍ଟେନ୍ ରୋହିତ ଶର୍ମା

Published By : Prameya-News7 Bureau | November 18, 2023 IST

ନୂଆଦିଲ୍ଲୀ: ଏଥର ଆମେ ବିଶ୍ୱକପ୍ ଜିତିବୁ। ରାହୁଲ ଦ୍ରାଭିଡ଼ଙ୍କ ପାଇଁ ବିଶ୍ୱକପ ଜିତିବୁ ବୋଲି କହିଛନ୍ତି ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ରୋହିତ ଶର୍ମା। ଆସନ୍ତାକାଲି (ନଭେମ୍ବର୧୯) ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ଫାଇନାଲ୍ ଖେଳାଯିବ। ତା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱକପ୍ ଜିତିବାର ଦମ୍ଭ ଦେଇଖାଇଛନ୍ତି କ୍ୟାପ୍ଟେନ୍ ରୋହିତ।

ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଖେଳ ସ୍ପଷ୍ଟ ଭାବେ ବୁଝାଇବା ପାଇଁ ରାହୁଲ ଦ୍ରାବିଡ଼ ଖୁବ୍ ବଡ଼ ଭୂମିକା ନିର୍ବାହ କରିଛନ୍ତି। ଭାରତ ବିଶ୍ୱକପ୍‌ରେ ୧୦ଟି ମ୍ୟାଚ୍ ଜିତିଛି। ତେଣୁ ରାହୁଲଙ୍କ ପାଇଁ ଆମେ ବିଶ୍ୱକପ୍ ଜିତିବାକୁ ଚାହୁଁଛୁ ବୋଲି ରୋହିତ ଶର୍ମା କହିଛନ୍ତି।

ରୋହିତ କହିଛନ୍ତି “ଖେଳ ବିଷୟରେ ସ୍ପଷ୍ଟତା ଆଣିବାରେ ପ୍ରକୃତରେ ତାଙ୍କ(ଦ୍ରାବିଡ଼) ଭୂମିକା ଖୁବ୍ ବଡ଼। ଏକଥା ମୁଁ ବାରମ୍ବାର କହି ଆସୁଛି। ଏହା ମୋ ପାଇଁ ଚିନ୍ତା କରିବାର ଗୋଟିଏ କଥା ଥିଲା। ଆଉ ଯେତେବେଳେ କୋଚ କୌଣସି କଥାରେ ଅସହମତି ପ୍ରକାଶ କରୁଥିଲେ ସେତେବେଳେ ମୁଁ ଚିନ୍ତା କରୁଥିଲି।” ରୋହିତ ଭାଇ ଆମକୁ ସ୍ୱାଧନୀତାର ସହ ଖେଳିବାକୁ ସୁଯୋଗ ଦେଇଛନ୍ତି। କାରଣ ସେ ତାଙ୍କ ସମୟରେ ଯେମିତି କ୍ରିକେଟ ଖେଳୁଥିଲେ ଆଉ ଏବେ ମୁଁ ଯେମିତି ଖେଳୁଛି ସେଥିରେ ଶୈଳୀ ଅଲଗା ରହିଛି। ରାହୁଲ ଭାଇ କୌଣିସ କଟକଣା ଲଗାଇ ନାହାନ୍ତି। ଖେଳାଳଙ୍କୁ ନିଜ ନିଜ ଖେଳ ଦେଖାଇବାକୁ ସ୍ୱାଧୀନତା ଦିଆଯାଇଛି। ଏକଥା ଅନେକ ଥର କହିଛି ବୋଲି ରାହୁଲ କହିଛନ୍ତି।  

ପଢ଼ନ୍ତୁ-ବିଶ୍ୱକପ୍‌ ଫାଇନାଲ୨୦୨୩; ବିସିସିଆଇର ସ୍ୱତନ୍ତ୍ର କାର୍ଯ୍ୟକ୍ରମ; ସମ୍ମାନିତ ହେବେ ବିଶ୍ୱକପ୍ ବିଜେତା କ୍ୟାପ୍ଟେନ୍‌, ଧୋନୀ ଓ କପିଲ ହେବେ ସାମିଲ୍

ସେ ଆହୁରି କହିଛନ୍ତି ଯେ ରାହୁଲ ଦ୍ରାବିଡ଼ ବିଶ୍ୱକପ୍ ବିଜୟୀ ମୁହୂର୍ତ୍ତର ଭାଗିଦାର ହେବାକୁ ଚାହୁଁଛନ୍ତି। ଏବେ ତାଙ୍କ ପାଇଁ ବିଶ୍ୱକପ୍ ଜିତିବା ଟିମ୍ ଉପରେ ନିର୍ଭରେ କରେ। ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ଫାଇନାଲ୍ ଟିମ୍‌ରେ ରାହୁଲ ଖେଳୁଥିଲେ। ୨୦୨୩ରେ ବି ସେ ବିଶ୍ୱକପ୍‌ର ଅଂଶିଦାର ରହିଛନ୍ତି ବୋଲି ରୋହିତ କହିଛନ୍ତି।  

ଦ୍ରାବିଡ଼ଙ୍କୁ ପ୍ରଶଂସା କରି ରୋହିତ କହିଛନ୍ତି ଯେ ରାହୁଲ ଟି-୨୦ ବିଶ୍ୱକପ୍ ବେଳେ ଯେଉଁ ବିଷମ ପରିସ୍ଥିତିରେ ଖେଳାଳିମାନଙ୍କ ସହ ଛିଡ଼ା ହୋଇଛନ୍ତି ତାହା ନିହାତି ପ୍ରଶଂସା ଯୋଗ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.