LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଶ୍ୱାସନା ନାହିଁ, ଆକ୍ସନ ଦରକାର; ବ୍ରିଟେନ, ଆମେରିକାକୁ ଶୁଣାଇଲା ବୈଦେଶିକ ମନ୍ତ୍ରାଳୟ

24/03/2023 at 8:20 PM

ନୂଆଦିଲ୍ଲୀ: ଖାଲିସ୍ତାନୀ ସମର୍ଥକ ବିଭିନ୍ନ ଦେଶରେ ଭାରତୀୟ ଦୂତାବାସଙ୍କୁ ଟାର୍ଗେଟ୍ କରିଛନ୍ତି । ଏହି ଆକ୍ରମଣ ଉପରେ ଭାରତ କଡ଼ା ଆପତ୍ତି ଉଠାଇଛି । ବିଭିନ୍ନ ଦେଶରେ ଭାରତୀୟ ଦୂତାବାସକୁ ଟାର୍ଗେଟ୍ କରାଯିବା ଉପରେ ବିଦେଶ ମନ୍ତ୍ରାଳୟ କହିଛି ଯେ ଭାରତ କେବଳ ଆଶ୍ୱାସନା ଚାହୁଁ ନାହିଁ । ବିଦେଶୀ ସରକାର ଏଥିରେ ସାମିଲ ଲୋକଙ୍କ ବିରୋଧରେ ଆକ୍ସନ ଗ୍ରହଣ କରିବେ ବୋଲି ଆମେ ଆଶା ରଖିଛୁ ।

ଲଂଣ୍ଡନରେ ଭାରତୀୟ ହାଇକମିଶନର ଏବଂ ସାନ୍ ଫ୍ରାନ୍ସିସ୍କୋରେ ଭାରତୀୟ ଉଚ୍ଚ ବାଣିଜ୍ୟ ଦୂତାବାସରେ ଭଙ୍ଗାରୁଜାର ମାମଲା ସାମନାକୁ ଆସିଥିଲା । ସାପ୍ତାହିକ ମିଡିଆ ବ୍ରିଫିଂରେ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ‘ସୁରକ୍ଷା ପ୍ରସଙ୍ଗରେ, ଯେବେ ବି ଆମେ ଅନୁଭବ କରୁ ଯେ ବିଦେଶରେ ଆମ ଦୂତାବାସ ସୁରକ୍ଷା ସହ କୌଣସି ପ୍ରସଙ୍ଗ ରହିଛି, ତେବେ ସେହି ପ୍ରସଙ୍ଗକୁ ଆମେ ସମ୍ପୃକ୍ତ ଦେଶ ଆଗରେ ଉଠାଉଛୁ । ଯେତେବେଳେ କିଛି ଗତିବିଧି ଆମ ହିତକୁ କ୍ଷତି ପହଞ୍ଚାଇବ ବୋଲି ଆମେ ଅନୂଭବ କରୁଛ, ତାହା ଆମେ ସେହି ଦେଶ ଆଗରେ ଉଠାଉଛୁ’ ।

ସମ୍ପୃକ୍ତ ଦେଶଗୁଡିକ ଏହା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିବେ ବୋଲି ଭାରତ ସରକାର ଆଶା ରଖିଛନ୍ତି । ଏହାସହ ଘଟଣାର ପୁନରାବୃତ୍ତି ଯେପରି ହେବନି ସେଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ବିଦେଶୀ ସରକାରଙ୍କ ଦ୍ୱାରା ଆଶ୍ୱାସନା ଦିଆଯିବା ଉପରେ ବାଗଚୀ କହିଛନ୍ତି, ‘ଆମକୁ ଆଶ୍ୱସନାରେ କୌଣସି ରୁଚି ନାହିଁ । ଆମେ ଆକ୍ସନ ଦେଖିବାକୁ ଚାହୁଁଛୁ’ ।

   Related Posts