ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଓଜନ କମାଇବାକୁ ଚାହୁଁଛନ୍ତି କି ? ରାତି ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

3/09/2022 at 2:27 PM

ନୂଆଦିଲ୍ଳୀ ୦୩।୦୯: ଆପଣ ସବୁବେଳେ ଶୁଣିଥିବେ ଓଜନ କମାଇବାକୁ ହେଲେ ଅନେକ ଖାଦ୍ୟ ଛାଡିବାକୁ ହୁଏ। କୁହାଯାଏ ଯେ ରାତିରେ ଅଧିକ ଖାଇଲେ ହଜମ କ୍ରିୟା ଠିକ୍‌ ସେ ହୋଇପାରେ ନାହିଁ । ବେଳେ ବେଳେ ମଧ୍ୟ ଓଜନ ମଧ୍ୟ ବଢିଯାଏ। ତେଣୁ ଏମିତି କିଛି ଲୋକଙ୍କୁ ଦେଖିଥିବେ । ଯିଏ ଦିନରେ ଖାଇଥାନ୍ତି ରାତିରେ ଖାଇବା ବନ୍ଦ କରିନ୍ତି। ଯଦି ଆପଣ ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି, ତାହେଲେ ଓଜନ କମାଇବା ପାଇଁ ଆପଣଙ୍କୁ ଖାଦ୍ୟ ନଖାଇବା ପରିବର୍ତ୍ତେ ଯଦି କିଛି ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ କୁହାଯାଏ, ତାହେଲେ ଆପଣ ନିଶ୍ଚୟ ଖୁସିହେବେ। 

ସାଧାରଣତଃ ଡାକ୍ତରମାନେ ରାତିରେ ହାଲୁକା ଖାଦ୍ୟ ଖାଇବାକୁ କୁହାଯାଇଥାଏ। ଯଦି ଆପଣ ଓଜନ କମାଇବା ପାଇଁ ଚାହୁଁଛନ୍ତି ତାହାଲେ ରାତିରେ କଣ ଖାଇବେ । ଯାହା ହାଲୁକା ହେବା ସହିତ ଓଜନ ବି କମାଇବ ତାକୁ ନେଇ ଚିନ୍ତିତ ଅଛନ୍ତି, ତାହେଲେ ଆଉ ଚିନ୍ତା କରନ୍ତୁନାହିଁ। ବିନା ଦ୍ବିଧାରେ ନିମ୍ନୋକ୍ତ ଖାଦ୍ୟରେ ପେଟ ଭରି, ନିଜ ଓଜନ କମାନ୍ତୁ।

ଓଟ୍ସ- ଓଟ୍ସକୁ କ୍ଷୀରରେ ମିଶାଇ ଜଳଖିଆରେ ଖାଇବା ସାଧାରଣ କଥା। କିନ୍ତୁ ଏହାକୁ ରାତିରେ କ୍ଷୀରରେ ମିଶାଇ ଖାଇବା ସମସ୍ତଙ୍କୁ ଭଲ ନ ଲାଗିପାରେ। ସେଥିପାଇଁ ଆପଣ ଓଟ୍ସର ଚଟପଟି ଖେଚେଡି ବନେଇ ପାରିବେ। ଓଟ୍ସ କୁ ଗୁଣ୍ଡକରି ଅଟାରେ ମିଶାଇ ରୋଟି ତିଆରି କରିପାରିବେ। ଏହା ବ୍ୟତୀତ ଓଟ୍ସରେ ଇଡ୍ଲୀ କିମ୍ବା ଚକୁଳି ମଧ୍ୟ ବନାଇପାରିବେ। ଏସବୁ ପାଟିକୁ ସ୍ବାଦିଷ୍ଟ ଲାଗିବା ସହିତ ଆପଣଙ୍କ ପାଚନ କ୍ରିୟାକୁ ଉନ୍ନତ କରିବ ଏବଂ ଓଜନ ବି ବଢାଇବ ନାହିଁ।

ଅଣ୍ଡା ରାପ୍-ରାତିରେ ଅଣ୍ଡା ଖାଇବା ଦ୍ବାରା ଶରୀରକୁ ଭଲ ପ୍ରୋଟିନ୍ ମିଳିଯାଏ। ତା ସହିତ, ଏଥିରେ ଭିଟାମିନ୍ ବି-୬ ଓ ବି-୧୨, ଫସଫରସ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ୍ସ୍ ମଧ୍ୟ ମିଳିଥାଏ। ଅଣ୍ଡା ରାପ୍ ବ୍ୟତୀତ ଭୁଜିଆ ବା ଆମ୍ଲେଟ୍ ବନାଇ ଖାଇପାରିବେ। ସେଥିରେ ପାଳଙ୍ଗ ଶାଗ ତଥା ସିମ୍ଲା ମିର୍ଚ୍ଚ ବା କ୍ୟାପ୍ସିକମ୍ ମିଶାଇବାକୁ ଭୁଲନ୍ତୁ ନାହିଁ।

ଶାଗୁଦାନା ଖେଚୁଡି-ଶାଗୁଦାନା ଖେଚୁଡିକୁ ମଧ୍ୟ ରାତିରେ ହାଲୁକା ଖାଦ୍ୟ ରୂପେ ଖାଇପାରିବେ। ଏମିତିରେ ଏହାକୁ ଜଳଖିଆରେ ଖାଇ ପାରିବେ କିନ୍ତୁ ରାତିରେ ଖେଚୁଡି ଏକ ଭଲ ବିକଳ୍ପ ଅଟେ। ଏହା ବ୍ୟତୀତ ସାଧାରଣ ଭାବେ ପ୍ରସ୍ତୁତ କରାଯାଉଥିବା ଖେଚୁଡି ମଧ୍ୟ ଖାଇବା ପାଇଁ ଭଲ ହୋଇଥାଏ।

ବ୍ରାଉନ ବ୍ରେଡ୍ ଏବଂ ପିନଟ୍ ବଟର୍-ଯଦି ଘରେ ଅତ୍ୟଧିକ ମସଲା ଓ ଚଟ୍‌ପଟା ଖାଦ୍ୟ ପ୍ରସ୍ତୁତ ହୋଇଛି ଏବଂ ଏହାକୁ ଖାଇବାକୁ ଆପଣଙ୍କର ମନ ହେଉନାହିଁ, ତାହେଲେ ପିନଟ୍ ବଟର୍ ସାଙ୍ଗେ ବ୍ରାଉନ୍ ବ୍ରେଡ୍ ଏକ ବହୁତ ଭଲ ବିକଳ୍ପ ଅଟେ। ଏହା ହେଭି ନୁହେଁ ଏବଂ ଓଜନ କମାଇବାରେ ସାହାଯ୍ୟ କରିବ ବୋଲି କୁହାଯାଇପାରିବ। କାରଣ ବେଷ୍ଟ ଫ୍ୟାଟ୍ ବର୍ଣ୍ଣିଙ୍ଗ୍ ଫୁଡ୍ ତାଲିକାରେ ଏହା ସର୍ବ ପ୍ରଥମେ ଆସେ ରାତିରେ ଏହି ସବୁ ହାଲୁକା ଖାଦ୍ୟ ଖାଇ ଆପଣ ନିଜ ପେଟ ଭରିବା ସାଙ୍ଗକୁ ଓଜନ ମଧ୍ୟ କମାଇ ପାରିବେ।

   Related Posts