‘ଆଦର୍ଶ ଜୀବନ’ ବଞ୍ଚିବାକୁ କେତେ ଟଙ୍କା ଚାହାନ୍ତି ଲୋକେ, ସର୍ଭେରୁ ଆସି ଏମିତି ତଥ୍ୟ

Published By : Prameya-News7 Bureau | June 17, 2022 IST

ନୂଆଦିଲ୍ଲୀ ୧୭/୦୬; "ଆଦର୍ଶ ଜୀବନ" ବଞ୍ଚିବାକୁ ଲୋକେ କେତେ ଟଙ୍କା ଆବଶ୍ୟକ କରନ୍ତି। ନିକଟରେ ଏକ ସର୍ଭେରୁ "ସଂପୂର୍ଣ୍ଣ ଆଦର୍ଶ ଜୀବନ" ବଞ୍ଚିବାକୁ ହେଲେ ଅଧିକାଂଶ ଲୋକ ୧୦ ମିଲିୟନ୍ ଡଲାର କିମ୍ବା ତା’ଠାରୁ କମ୍ ମୂଲ୍ୟର ଉତ୍ତର ଦେଇଛନ୍ତି। ବିଭିନ୍ନ ଦେଶରେ ଏହି ସର୍ଭେ ହୋଇଥିଲା ଯେଉଁଥିରେ କିଛି ଦେଶରେ ୮ ରୁ ୩୯ ପ୍ରତିଶତ ଲୋକଙ୍କ ଇଚ୍ଛା ଆସୀମିତ ବୋଲି କହିଛନ୍ତି। ଅର୍ଥାତ୍‌ ଯେତେ ଟଙ୍କା ମିଳିଲେ ବି ସେମାନେ ସନ୍ତୁଷ୍ଟ ହେବେ ନାହିଁ ବୋଲି କହିଛନ୍ତି।

ଆମେରିକାରେ ଏକ ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ, ୪୬ ପ୍ରତିଶତ ଆମେରିକୀୟ କହିଛନ୍ତି ଯେ ସେମାନେ ୧୦ ମିଲିୟନ୍ ଡଲାର କିମ୍ବା ତା’ଠାରୁ କମ୍ ଟଙ୍କା ମିଳିଲେ ଖୁସିରେ ରହିଯିବେ। ବ୍ରିଟେନରେ ୨୬ ପ୍ରତିଶତ ଲୋକ ୧ ମିଲିୟନ୍ ଡଲାରରେ ସନ୍ତୁଷ୍ଟ ହୋଇଯାଇଥିବା କହିଥିବା ଏବଂ ୧୦ ମିଲିୟନ୍ ଡଲାର୍ କିମ୍ବା ତା’ଠାରୁ କମ୍ ଠିକ୍ ହେବ ବୋଲି କହିଥିବା ବେଳେ ୧୩ ପ୍ରତିଶତ ଲୋକ ୧୦୦ ବିଲିୟନ ଡଲାର୍ ଚାହୁଁଛନ୍ତି ବୋଲି କହିଛନ୍ତି।

ଭାରତ, ଆର୍ଜେଣ୍ଟିନା ଏବଂ ଋଷରେ ୫୦ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ୧ ମିଲିୟନ୍ ଡଲାର କିମ୍ବା ତା’ଠାରୁ କମ୍ ଟଙ୍କାରେ ଭଲରେ ରୁହନ୍ତି। ତେବେ ଭଲ ଜୀବନ ପାଇଁ ଲେକେ ଅଧିକ ରୋଜଗାର କୁ ପ୍ରାଧାନ୍ୟ ଦେଉଥିବା ବେଳେ ସର୍ଭେରୁ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.