ଘରକୁ ଚୁଟକିରେ ସଫା କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ମଜାଦାର ଟିପ୍ସ

Published By : Prameya-News7 Bureau | July 11, 2024 IST

ମୁମ୍ଵାଇ ୧୧।୦୭: ପ୍ରାୟ ମହିଳା ଛୁଟି ଦିନରେ ହିଁ ଘର ସଫା କରିବାକୁ ପସନ୍ଦ କରିଥାନ୍ତି ।  କାରଣ ଘର ସଫା କରିବାକୁ କେତେ ସମୟ ଲାଗିବତାର  ଠିକଣା ନ ଥାଏ । ଯଦି ଆପଣ ଘରକୁ ନିୟମିତ ହାଲ୍‌କା ସଫା କରିବେ,  ତେବେ ଡିପ୍‌ କ୍ଲିନ୍‌ କରିବା ପାଇଁ ଅଧିକ ସମୟ ଲାଗି ନଥାଏ ।  ଯଦି ଘରକୁ ଚୁଟ୍‌କିରେ ସଫା କରିବାକୁ ଚାହୁଁଥାନ୍ତି,  ତେବେ କିଛି ମଜାଦାର ଟିପ୍ସ ଆପଣାନ୍ତୁ ।  

ମାଇକ୍ରୋ ଫାଇବର କପଡାରେ ସଫା କରନ୍ତୁ- ଘରର କାନ୍ଥ ଯେତେବି ସଫା ଲାଗୁଥିଲେ ମଧ୍ୟ ସେଥିରେ ମଇଳା  ରହିଥାଏ । ଏପରିକି ଝାଡୁ ମଧ୍ୟ କାନ୍ଥକୁ ଭଲ ଭାବେ ସଫା କରିପାରି  ନଥାଏ ଓ ଅଧିକ ସମୟ ମଧ୍ୟ ଲାଗିଥାଏ । ଯଦି ଆପଣ କାମକୁ   ଶୀଘ୍ର ଶେଷ କରିବାକୁ ଚାହାନ୍ତି,  ତେବେ ମାଇକ୍ରୋ ଫାଇବର କପଡା ବ୍ୟବହାର କରିପାରିବେ। ଏହା  ମଇଳାକୁ ଭଲ ଭାବେ ସଫା କରିବା  ସହ କାଚ ଗ୍ଲାସ୍‌ଝରକା ଓ ଦର୍ପଣ  ଆଦିକୁ ମଧ୍ୟ ସଫା କରିଥାଏ ।  

ରବିଂ ଆଲ୍‌କହଲ୍‌ରେ ସୋଫା ସଫା  କରନ୍ତୁ - ଯଦି ଆପଣଙ୍କ ପାଖରେ ସୋଫା ଓ  ଗଦି ସଫା କରିବାକୁ ସମୟ ନାହିଁ । ତେବେ ବ୍ୟସ୍ତ ହୁଅନ୍ତୁନାହିଁ ବରଂ  ରବିଂ ଆଲ୍‌କହଲ୍‌ ବ୍ୟବହାର କରନ୍ତୁ । ରବିଂ ଆଲ୍‌କହଲ୍‌ ସ୍ପ୍ରେ କରି   ଭାକ୍ୟୁମ୍‌ କ୍ଲିନର୍‌ରେ ସଫା କରି ନିଅନ୍ତୁ । କିଛି ଘଣ୍ଟା ପରେ ଆଲ୍‌କହଲ୍‌  ବାସ୍ନା ଉଡିଯିବ ।  

ସ୍ପ୍ରେରେ ମହକାନ୍ତୁ ଘର- ଅଧିକ ଦିନ ଯାଏ ଘରକୁ ସଫା ନ କରିବା ଯୋଗୁ ଏକ ଭିନ୍ନ ପ୍ରକାରର  ବାସ୍ନା ବାହାରିଥାଏ । ଏହି ପରିସ୍ଥିତିରେ ଘରକୁ ଭଲ ଭାବେ ସଫା କରି  ଭଲ ପରଫ୍ୟୁମ୍‌ ସ୍ପ୍ରେ କରିନିଅନ୍ତୁ ।  

ଚାରିଆଡେ ପଡିଥିବା ଲୁଗାପଟାକୁ ଏକାଠି କରନ୍ତୁ- ଆପଣଙ୍କ ବେଡ୍‌ରୁମ୍‌ ଚେୟାର କ'ଣ ଅସନା କପଡାରେ ଭରାଏଭଳି ଅସନା   କପଡାକୁ ଚେୟାରରେ ନ ପକାଇ ଏହାକୁ ବ୍ୟବସ୍ଥିତ ଭାବେ ଏକ ଜାଗାରେ  ରଖି ନିଅନ୍ତୁ । ଯେତେବେଳେ ସମୟ ମିଳିବତାହାକୁ ସଫା କରି ନେବେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.