ନରୱେ ଗସ୍ତରେ ‘ନୋବେଲ’କୁ ସତର୍କ କଲେ ଚୀନ୍ ବିଦେଶ ମନ୍ତ୍ରୀ, ହଙ୍ଗକଙ୍ଗ ଗଣତନ୍ତ୍ର ସମର୍ଥକଙ୍କୁ ଯେପରି ଦିଆନଯାଏ ପୁରସ୍କାର

Published By : Prameya-News7 Bureau | August 28, 2020 IST

ଓସଲୋ:  ଚୀନ୍‌ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀ ଏବେ ନରୱେ ଗସ୍ତରେ ଅଛନ୍ତି। ଆମେରିକାର ବଢୁଥିବା ଚାପ ପରିପ୍ରେକ୍ଷୀରେ ୱାଙ୍ଗ ଚୀନ୍‌ ସପକ୍ଷରେ ସମର୍ଥନ ଯୋଗାଡ ଲାଗି ଏହି ଗସ୍ତ କରୁଥିବା ବେଳେ ଓସଲୋକୁ ନୋବେଲ ଶାନ୍ତି ପୁରସ୍କାର ନେଇ ସତର୍କ କରାଇ ଦେଇଛନ୍ତି। ଏଥିରେ ଯେପରି ହଙ୍ଗକଙ୍ଗ ଗଣତନ୍ତ୍ର ସମର୍ଥକ କାର୍ଯ୍ୟକର୍ତ୍ତାମାନଙ୍କୁ ଏପରି ପୁରସ୍କାର ଲାଗି ଚୟନ ନକରନ୍ତି ସେଥିପ୍ରତି ସଚେତନ ରହିବାକୁ କହିଛନ୍ତି।

{"id":321850,"sizeSlug":"large"}

ପୂର୍ବରୁ ଦଲାଇ ଲାମା ଓ ଲ୍ୟୁ ସିଆବୋଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନୀତ କରାଯିବା ଯୋଗୁ ନରୱେ ସହ ଚୀନ୍‌ର ସମ୍ପର୍କ ତିକ୍ତ ହୋଇଥିଲା ଓ ଦୁଇ ଦେଶଙ୍କ ମଧ୍ୟରେ ଦ୍ୱିପାକ୍ଷୀକ ସମ୍ପର୍କ ବ୍ୟହତ ହୋଇଥିଲା ବୋଲି ୱାଙ୍ଗ ମନେ ପକାଇ ଦେଇଛନ୍ତି। ଏଣୁ ଦଲାଇ ଲାମା ଓ ଲ୍ୟୁଙ୍କ ଅନୁସାରେ ଯେପରି ହଙ୍ଗକଙ୍ଗ ଗଣତନ୍ତ୍ର ସପକ୍ଷବାଦୀଙ୍କୁ ପୁରସ୍କୃତ କରା ନଯାଏ ବୋଲି କହିଛନ୍ତି।

{"id":321853,"sizeSlug":"large"}

ୱାଙ୍ଗି ପ୍ରଥମ ଚୀନ ବୈଦେଶିକ ମନ୍ତ୍ରୀ ଯିଏ ପ୍ରାୟ ୧୫ ବର୍ଷ ପରେ ନରୱେ ଗସ୍ତରେ ଯାଇଛନ୍ତି। ତାଙ୍କର ୟୁରୋର ଗସ୍ତ କାର୍ଯ୍ୟକ୍ରମରେ ସେ ଇଟାଲୀ ଓ ନେଦର ଲ୍ୟାଣ୍ଡ ପରେ ଏବେ ତୃତୀୟ ଦେଶ ନରୱେ ଗସ୍ତରେ ଅଛନ୍ତି। ଚୀନ୍‌ ଜାତି ସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଦେଶ। ଏଣୁ ଗସ୍ତକାଳରେ ସେ ନରୱେ ବିଦେଶ ମନ୍ତ୍ରୀଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିଛନ୍ତି। ଏହି ଗସ୍ତ କାଳରେ ସେ ଫ୍ରାନ୍ସ ଓ ଜର୍ମାନୀ ଯିବା ଲାଗି ମଧ୍ୟ କାର୍ଯ୍ୟକ୍ରମ ରହିଛି।

{"id":321854,"sizeSlug":"large"}

ନରୱେରେ ଗଣମାଧ୍ୟମ ନୋବେଲ ପୁରସ୍କାର ଯଦି ଭବିଷ୍ୟତରେ ହଙ୍ଗକଙ୍ଗ ପ୍ରଦର୍ଶନକାରୀଙ୍କୁ ମିଳେ ଏଥିରେ ଚୀନ୍‌ର କଣ ପ୍ରତିକ୍ରିୟା ରହିବ ବୋଲି ପ୍ରଶ୍ନ କରିଥିଲେ। ଏଥିରେ ୱାଙ୍ଗ ସିଧା ତାଙ୍କ ମତ ସ୍ପଷ୍ଟ କରିଦେଇଛନ୍ତି। କୌଣସି ଦେଶ ନୋବେଲର ରାଜନୀତିକରଣ କରନ୍ତୁ ତାହା ଚୀନ୍‌ ଚାହେଁନା ବୋଲି କହିଛନ୍ତି। ଯାହା ଶୁକ୍ରବାର ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.