ଭାରତରେ କାରବାର ବିକ୍ରି କରିପାରେ ୱାଲ୍ଟ ଡିଜନୀ, କିଣିବାକୁ ଦୌଡ଼ରେ ଆଦାନୀ ଓ ଅମ୍ବାନୀ

Published By : Prameya-News7 Bureau | October 06, 2023 IST

ନୂଆଦିଲ୍ଲୀ: ଆମେରିକୀୟ ଏଣ୍ଟରଟେନମେଣ୍ଟ ଗ୍ରୁପ୍‌ ଓ୍ବାଲ୍ଟ ଡିଜନୀ ଭାରତରେ ଏହାର ଷ୍ଟ୍ରିମିଂ ଏବଂ ଟିଭି ବ୍ୟବସାୟକୁ ବିକିବାକୁ ଯୋଜନା କରୁଛି। ଆଉ ଏଥିପାଇଁ କମ୍ପାନି ଉଚିତ୍‌ କ୍ରେତାର ସନ୍ଧାନରେ ଅଛି। କମ୍ପାନିକୁ କିଣିବାକୁ ଚାହୁଥିବା ଲୋକଙ୍କ ତାଲିକା ମଧ୍ୟରେ ଅରବପତି ଗୌତମ ଅଦାନୀ ଏବଂ କଳାନିଧି ମାରନଙ୍କ ନାଁ ମଧ୍ୟ ସାମିଲ୍ ରହିଛି।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ୱାଲ୍ଟ ଡିଜନୀ ଭାରତୀୟ କାରବାର ବିକ୍ରି ନିମନ୍ତେ ଏବେ ବିକଳ୍ପ ସନ୍ଧାନ କରୁଛି। ବ୍ଲୁମବର୍ଗ ନ୍ୟୁଜ୍ ଗତ ଜୁଲାଇରେ ରିପୋର୍ଟ କରିଥିଲା ଯେ, ଡିଜନୀ ଭାରତରେ ନିଜର ବ୍ୟବସାୟ ନିମନ୍ତେ ରଣନୈତିକ ବିକଳ୍ପ ଉପରେ ବିଚାର କରୁଛି। ଯେଉଁଥିରେ ଏକକାଳୀନ ବିକ୍ରି ଅଥବା ଜଏଣ୍ଟ ଭେଞ୍ଚର ସ୍ଥାପନା ମଧ୍ୟ ହୋଇପାରେ । ତେବେ ତାଜା ରିପୋର୍ଟରେ ଭାରତରେ ଡିଜନୀର ପ୍ରତିନିଧି କୌଣସି ପ୍ରକାର ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରିଲାଏନ୍ସ ସହ ଧୋନୀଙ୍କ ନୂଆ ଇନିଂସ୍ ଆରମ୍ଭ; ଜିଓମାର୍ଟର ବ୍ରାଣ୍ଡ୍ ଆମ୍ବାସଡର ହେଲେ ମାହି

ରିପୋର୍ଟ ଅନୁଯାୟୀ, ପ୍ରସଙ୍ଗ ସହ ଜଡ଼ିତ ଲୋକଙ୍କ କହିବା ହେଲା କମ୍ପାନି ଭାରତୀୟ ଅପରେସନର ଅଂଶ ବିକ୍ରି କରିପାରେ କିମ୍ବା କିଛି ୟୁନିଟ୍‌ର ଆସେଟକୁ ମିଶାଇ ବିକ୍ରି କରିପାରେ। ଏଥିରେ ଡିଜନୀ+ହଟଷ୍ଟାର ମଧ୍ୟ ରହିଛି। ଏହା ପୂର୍ବରୁ ରିପୋର୍ଟ ଆସିଥିଲା ଯେ, ଏସିଆର ସବୁଠୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ସହ କଥାବାର୍ତ୍ତା ହୋଇଛି।

ସୂଚନାଥାଉକି, ଡିଜନୀ ଆଇପିଏଲର ଟୁର୍ଣ୍ଣାମେଣ୍ଟର ଷ୍ଟ୍ରିମିଂ ରାଇଟ୍ସ ହରାଇଛି ଆଉ ଏବେ ତାହା Viacom 18 ପାଖରେ ରହିଛି। ତେବେ କୁହାଯାଉଛି ଏହି ସମ୍ଭାବିତ ଅଧିଗ୍ରହଣ ଦ୍ବାରା ମାରନଙ୍କ ବ୍ରଡକାଷ୍ଟିଂ କମ୍ପାନି ସନ୍‌ ଟିଭି ନେଟଓ୍ବର୍କ ଲିମିଟେଡକୁ ଫାଇଦା ମିଳିପାରେ। ସେହିଭଳି ଯଦି ଅଦାନୀ ଗ୍ରୁପ୍‌ ଏହାର ଅଧିଗ୍ରହଣ କରୁଛି ତେବେ ଏନଡିଟିଭିକୁ ବିସ୍ତାର କରିପାରେ। ସେ କହିଛନ୍ତି ସେମାନଙ୍କ କହିବା ଅନୁଯାୟୀ, ବିଚାର-ବିମର୍ଶ ଏବେବି ପ୍ରାରମ୍ଭିକ ସ୍ତରରେ ରହିଛି ଏବଂ କୌଣସି ଡିଲ୍‌ ନହୋଇ ମଧ୍ୟ ପାରେ।

ଆହୁରି ପଢ଼ନ୍ତୁ: ଜିଓ ସିନେମାର ପ୍ରଭାବ ! ମାଗଣାରେ କ୍ରିକେଟ ଦେଖାଇବ ଡିଜନୀ ପ୍ଲସ୍‌ ହଟଷ୍ଟାର

ଡିଜନୀର ଭାରତୀୟ ୟୁନିଟ୍‌କୁ ବିକ୍ରି ବିଷୟରେ ଚର୍ଚ୍ଚାରୁ ଜଣାପଡ଼ୁଛି ଯେ, ଯେବେଠାରୁ ଅମ୍ବାନୀ ସମୂହ ଆଇପିଏଲର ଷ୍ଟ୍ରିମିଂ ରାଇଟ୍ସକୁ ୨.୭ ବିଲିୟନ ଡଲାରରେ କିଣିଛି ଆଉ ଚଳିତ ବର୍ଷ ଆରମ୍ଭରେ ଏହାକୁ ମାଗଣାରେ ବ୍ରଡକାଷ୍ଟ କରିବାକୁ ନିଷ୍ପତ୍ତି ନେଇଛି ସେବେଠାରୁ ବଜାରରେ ହଲଚଲ ଦେଖିବାକୁ ମିଳିଛି। ଅବଶ୍ୟ ଡିଜନୀ+ହଟଷ୍ଟାରରେ କ୍ରିକେଟ ଓ୍ବାର୍ଲ୍ଡ କପ୍‌କୁ ମୋବାଇଲରେ ମାଗଣା କରିଛି। ଆଉ ଏଭଳି କରି କମ୍ପାନି କିଛି ଗ୍ରାହକଙ୍କୁ ଫେରାଇ ଆଣିବାକୁ ଉଦ୍ଦେଶ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.