ରାଜସ୍ଥାନରେ ଭୁଶୁଡିଲା ଘରର କାନ୍ଥ, ଦୁଇ ପିଲାଙ୍କ ସମେତ ୩ ମୃତ

Published By : Prameya-News7 Bureau | July 30, 2024 IST

ନୂଆଦିଲ୍ଲୀ ୩୦।୦୭: ରାଜସ୍ଥାନର ବିକାନେର ଜିଲ୍ଲାରେ ସୋମବାର କଚା ଘରର କାନ୍ଥ ଭୁଶୁଡ଼ି ଯାଇଛି। ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର ସନ୍ଧ୍ୟାରେ କଚା ଘରର କାନ୍ଥ ଭୁଶୁଡ଼ିବା ପରେ ବିକାନେର ପୋଲିସ କଣ୍ଟ୍ରୋଲ ରୁମ ଅନୁଯାୟୀ ସରିଫ ଖାନ (୪୬), ତାଙ୍କ ପୁଅ ନିଦାନ ଖାନ (୧୦) ଏବଂ ଦୋହତି ଶ୍ୟାମଶାଦ (୮) ଙ୍କ ମୃତ୍ୟୁ ଘଟିଛି।

ବିକାନେର ପୋଲିସ କହିଛି ଯେ ହସ୍ପିଟାଲରେ ଚିକିତ୍ସା ସମୟରେ ସରିଫ ଖାନଙ୍କ ମୃତ୍ୟୁ ହୋଇଥିବାବେଳେ ଉଭୟ ଶିଶୁଙ୍କର ଘଟଣାସ୍ଥଳରେ ଜୀବନ ଚାଲିଯାଇଥିଲା। ସେ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଦୁଇ ଦିନ ପୂର୍ବେ ଏହି ଅଞ୍ଚଳରେ ବର୍ଷା ହେତୁ କଚା ଘରର କାନ୍ଥ ଦୁର୍ବଳ ହୋଇଯାଇଥିଲା।

ଏହି ଘଟଣାର ତଦନ୍ତ କରୁଛି ପୋଲିସ

ପୋଷ୍ଟମର୍ଟମ ପରେ ଉଭୟ ଶିଶୁଙ୍କ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି। ଖାନଙ୍କ ମୃତଦେହକୁ ପିବିଏମ ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। କାହିଁକି ନା ପୋଷ୍ଟ ମର୍ଟମ କରାଯିବ। ସେ କହିଛନ୍ତି ଯେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାୟୀ, ସରିଫ ଖାନଙ୍କ ପୁଅ ନିଜାମ ଏବଂ ପୁତୁରା ଶାବୁ କାନ୍ଥ ନିକଟରେ ଖେଳୁଥିଲେ। ଘରର କାନ୍ଥ କଞ୍ଚା ଥିଲା ଏବଂ ବର୍ଷା ହେତୁ ଦୁର୍ବଳ ହୋଇଯାଇଥିଲା। ଏଥିଯୋଗୁଁ କାନ୍ଥ ଖସିଯିବା ମାତ୍ରେ ପିଲାମାନଙ୍କ ଉପରେ ପଡିଥିଲା।  ପାଖରେ ବସିଥିବା ସରିଫ ମଧ୍ୟ ଦୁଇ ପିଲାଙ୍କୁ ବଞ୍ଚାଇବା ପାଇଁ ଦୌଡ଼ିଯାଇ ପୋତି ହୋଇଯାଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.