ବର୍ଷାରେ ଭୁଶୁଡିଲା କାନ୍ଥ, ୧୧ ଗୃହପାଳିତ ପଶୁ ମୃତ

Published By : Prameya-News7 Bureau | September 13, 2021 IST

ଢେଙ୍କାନାଳ, ୧୩।୦୯ : ୨ ଦିନ ଧରି ଲାଗି ରହିଥିବା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜ୍ୟ ତମାମ ବର୍ଷା ଲାଗି ରହିଛି । କେଉଁଠି କୋଠା ଭୁଶୁଡିଲାଣି ତ ପୁଣି କେଉଁଠି କାନ୍ଥ ପଡି ଜୀବନ ଗଲାଣି । ସେହିପରି ଢେଙ୍କାନାଳରେ ମଧ୍ୟ ବର୍ଷା ବିତ୍ପାତ ଘଟାଇଛି ।

ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଢେଙ୍କାନାଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।  ଝିପ ଝିପ ବର୍ଷା ଲାଗି ରହିଛି । ତେବେ ସଦର ବ୍ଲକ ଅନ୍ତର୍ଗତ ଦୁର୍ଗା ପ୍ରସାଦ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।  ଗ୍ରାମର କନ୍ଧ ସାହିର ଟିମନ ଦେହୁରୀଙ୍କର ଘର କାନ୍ଥ ପଡିଯିବାରୁ ୧୧ଟି ଛେଳି ମେଣ୍ଢା ମରିଯାଇଛନ୍ତି ।

ଟିମନ ଛେଳି ଓ ମେଣ୍ଢା ପୋଷି ଗୁଜୁରାଣ ମେଣ୍ଟାଉଥିଲେ । ଗୃହପାଳିତ ପଶୁଗୁଡିକ ମରିଯିବାରୁ ସେ ହତାଶ ହୋଇ ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.