ତେଲକୋଇ: ଶୋଇଥିବା ବେଳେ ମାଡିବସିଲା କାନ୍ଥ।ଅଳ୍ପକେ ବର୍ତ୍ତିଲେ ଅନାଥ ଆଉ ଭିନ୍ନକ୍ଷମ ଦୁଇ ଭଉଣୀ। କାନ୍ଥ ପଡି ଜଣେ ଗୁରୁତର ଥିବାବେଳେ ଆଉଜଣେ ସାମାନ୍ୟ ଆହତ ହୋଇଛନ୍ତି।ଗୁରୁତର ହେଲେ ଆରତୀ ନାୟକ ଓ ଆହାତ ହେଲେ ଭାରତୀ ନାୟକ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଗାଁ ଭୂୟାଁ ସାହିରେ।
ସୂଚନା ଅନୁଯାୟୀ ବାପା ନିତ୍ୟାନନ୍ଦ ନାୟକ ଓ ମାଆ ନୂଆଦେଇ ନାୟକଙ୍କ ମୃତ୍ୟୁ ପରେ ଦୁଇ ଭିନ୍ନକ୍ଷମ ଭଉଣୀ ଭଙ୍ଗା ଘରେ ଆଶ୍ରୟ ନେଇ ରହି ଆସୁଥିଲେ।ଘର ମରାମତି ପାଇଁ ଅର୍ଥ ଅଭାବରୁ ବିପଦ ସଂଙ୍କୁଳ ଅବସ୍ଥାରେ ଦିନ କାଟୁଥିଲେ।ଏତେ ଅସୁବିଧାରେ ଚଳୁଥିଲେ ମଧ୍ୟ ସେମାନଙ୍କ ପାଖରେ କୌଣସି ସରକାରୀ ସାହାଯ୍ୟ ତାଙ୍କ ପାଖରେ ପହଞ୍ଚି ନଥିଲା। ଆଜି ଦ୍ଵିପ୍ରହର ସମୟରେ ଖାଇ ପିଇ ଦୁଇ ଭଉଣୀ ଶୋଇଥିବା ବେଳେ ଅଚାନକ ଘରର କାନ୍ଥ ଭାଙ୍ଗିଯାଇଥିଲା।ଫଳରେ ଦୁଇ ଭଉଣୀ ଙ୍କ ଉପରେ କାନ୍ଥ ପଡିଯାଇଥିଲା।ଚିତ୍କାର ଶୁଣି ସାହି ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।ଏବଂ ଭଙ୍ଗା କାନ୍ଥ ତଳୁ ଗୁରୁତର ଭାବେ ଆରତୀ ନାୟକ କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲକୁ ପଠାଇଥିଲେ।