ବାଙ୍କୀ ୧୩/୦୭: ବାଙ୍କୀ ଥାନା ଅନ୍ତର୍ଗତ ବିଲିତେନ୍ତୁଳିୟା ଗାଁରେ କାନ୍ଥ ଭୁଷୁଡ଼ି ବୃଦ୍ଧା ମୃତ। ମୃତକଙ୍କ ନାମ ମହାଲକ୍ଷ୍ମୀ ବେହେରା (୬୫)। ଲଗାଣ ବର୍ଷା ପାଇଁ ଘରର କାନ୍ଥ ଭୁଷୁଡ଼ି ମହାଲକ୍ଷ୍ମୀଙ୍କ ଉପରେ ପଡ଼ିଥିଲା। ସମ୍ପୃକ୍ତା ବୃଦ୍ଧା ଘରେ ଏକୁଟିଆ ଥିବାବେଳେ ଏପରି ଅଘଟଣ ଘଟିଛି। ହଠାତ କାନ୍ଥ ଭୁଷୁଡ଼ିବା ଶବ୍ଦ ଶୁଣି ପାଖ ପଡୋଶୀ ଯାଇ ଦେଖି ତାଙ୍କୁ ଉଦ୍ଧାର କରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ବିଜେଡିର ମିଶ୍ରଣ ପର୍ବ : ବିଭିନ୍ନ ଦଳ ଛାଡି ବିଜେଡିରେ...