ପୂଜା ସାରି ଶୋଇଥିଲେ, କାନ୍ଥ ପଡି ଚାଲିଗଲା ଜୀବନ : ପରିବାରର ଅନ୍ୟ ୪ସଦସ୍ୟ ଗୁରୁତର

Published By : Prameya-News7 Bureau | August 16, 2020 IST

ବଲାଙ୍ଗୀର ୧୬।୦୮: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଘୁନଘୁଟିପାଲି ଗାଁରେ ଅଘଟଣ । ଶୋଇଥିବା ବେଳେ ଘରର କାନ୍ଥ ପଡି ଗୋଟିଏ ପରିବାର  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଥିବା ଜଣାପଡିଛି । ମୃତକଙ୍କ ନାମ ଦୀପା ବାଲିଣ୍ଡିଆ ବୋଲି ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଗତକାଲି ଗାଁ କୁ ବାଲିଣ୍ଡିଆ ପରିବାରର ସମସ୍ତେ ଶନି ମେଳା ପୂଜାରେ ଯୋଗ ଦେବା ପାଇଁ ଆସିଥିଲେ।  ପୂଜା ସରିବା ପରେ କ୍ଷେତ ପାଖରେ ଥିବା ଗୋଟିଏ ପୁରୁଣା ଘରେ ଶୋଇଥିବା ସମୟରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ଶୋଇଥିବା ବେଳେ ଘରର କାନ୍ଥ ପଡି ଜଣଙ୍କ ମୃତ୍ୟୁ ହୋଇଯାଇଛି , ଏବଂ ଅନ୍ୟ ୪ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୨ଜଣ ଶିଶୁ ରହିଥିବାର ସୂଚନା  ରହିଛି । ସମସ୍ତଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ମୃତ ଯୁବତୀଙ୍କ ବୟସ 17 ବର୍ଷ ବୋଲି ଜଣାପଡିଛି , ଏବଂ ତାଙ୍କ ନାମ ଦୀପା ବାଲିଣ୍ଡିଆ ବୋଲି ଜଣାପଡିଛି । ସେହିପରି ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ସତ୍ୟଭାମା ,  ଦୀପକ , ଶୋଭାବନ ଓ ବିର୍ଜୁ ବାଲିଣ୍ଡିଆ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.