ଲଗାଣ ବର୍ଷାରେ ଭୁଶୁଡ଼ିଲା ସ୍ମାର୍ଟ ହାଇସ୍କୁଲ ପାଚେରୀ, ଶୀଘ୍ର ମରାମତି କରିବାକୁ ଦାବି

Published By : Prameya-News7 Bureau | August 21, 2022 IST

ଫୁଲବାଣୀ ,୨୧।୦୮: କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା କାରଣରୁ ଭୁଶୁଡ଼ିଲା ପାଚେରୀ । ଚକାପାଦ ବ୍ଲକ ଅନ୍ତର୍ଗତ ଵପଲ ମେଁଡ଼ି ପଂଚାୟତର ବିରୀଗାଁ ସରକାରୀ ସ୍ମାର୍ଟ ସ୍କୁଲ ପାଚେରୀ ଭୁୁଶୁଡି ଯାଇଥିବା ଦେଖିବାକୁ ମିଳିଛି l ତେବେ କିଛି ମାସ ତଳେ ଏହି ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଥିଲେ l ସ୍କୁଲ ରୁପାନ୍ତରୀ କରଣରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଥିଲା l ସବୁକିଛି ଠିକଠାକ ଭାବେ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିଲା l କାମ ବି କୁଆଡେ ଭଲ ବି ହୋଇଥିଲା l

ତେବେ ଲଗାଣ ବର୍ଷl ଫଳରେ ବର୍ଷା ପାଣି ନିଷ୍କାସିତ ହୋଇ ନପାରି ଜମିରହିବାରୁ ବୋଧ ହୁଏ ପାଚେରୀର କିଛି ଅଂଶ ଭୁଶୁଡ଼ି ପଡିଥିବା ଯନ୍ତ୍ରୀ କହୁଛନ୍ତି l ବର୍ଷା ଛାଡିଲେ ଅତିଶୀଘ୍ର ମରାମତି କରାଯିବ ବୋଲି ଯନ୍ତ୍ରୀ କହିଛନ୍ତି l ଶୀଘ୍ର ମରାମତି କାରବାଲାଗି ଗ୍ରାମବାସୀ ଦାବି କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.