ବ୍ରିଟେନ୍‌ରେ ୩୧% ଲୋକ ଚାଲିବାକୁ କରୁଛନ୍ତି ପସନ୍ଦ, ଏହାକୁ କରାଯାଉଛି ପ୍ରୋତ୍ସାହିତ

Published By : Prameya-News7 Bureau | October 26, 2022 IST

ନୂଆଦିଲ୍ଳୀ ୨୬।୧୦: ରାସ୍ତାରେ ଭିଡ଼ କମ୍‌ କରିବା ଏବଂ ପରିବେଶ ସଂରକ୍ଷଣ ପ୍ରତି ଲୋକଙ୍କ ମନରେ  ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏବେ ବ୍ରିଟେନ୍‌ରେ ଚାଲିବାର ଟ୍ରେଣ୍ଡ ବୃଦ୍ଧି ପାଉଛି । ସରକାର ମଧ୍ୟ ଏହାକୁ ପ୍ରୋତ୍ସାହିତ କରୁଛନ୍ତି । ଦେଶର କିଛି ପ୍ରମୁଖ ରାସ୍ତାରେ ଚାଲିବା ଲାଗି ଲୋକଙ୍କ ମନୋବଳ ବୃଦ୍ଧି କରିବାକୁ ଚିତ୍ରକଳା  ମଧ୍ୟ ବନାଯାଇଛି । ଏ ସଂପର୍କରେ ବର୍ମିଂହାମ୍‌ର କିଙ୍ଗ  ହିଥ୍‌ ଅଞ୍ଚଳର ପ୍ରତିନିଧିତ୍ୱ କରୁଥିବା କାଉନ୍‌ସିଲର ଲିଜା ଟ୍ରିକେଟ୍‌ କହିଛନ୍ତି, ବର୍ମିଂହାମ୍‌ର ମୁଖ୍ୟ ସଡ଼କ ଚାଲିବା  ଯୋଗ୍ୟ ନୁହେଁ । ତାହା ଧୂଆଁ ଓ ଶବ୍ଦ ପ୍ରଦୂଷଣ କରୁଥିବା କାର୍‌ ଓ ଟ୍ରକ୍‌ଗୁଡ଼ିକ  ଦ୍ୱାରା ଭରପୁର ।

ଫୁଟ୍‌ପାଥ୍‌ରେ ଯାତ୍ରୀ ବିଶ୍ରାମାଗାର ରହିଥିବାବେଳେ  ସ୍ଥାନେ ସ୍ଥାନେ ଡିଜିଟାଲ ବିଜ୍ଞାପନ ବୋର୍ଡ ଲଗାଯାଇଥିବା ଯୋଗୁ  ଚାଲିବା ଅସମ୍ଭବ ହୋଇପଡ଼ିଛି । ଏହା ସତ୍ତେ୍ୱ କିଙ୍ଗ୍‌ସ ହିଥ ଓ ପୂରା  ବ୍ରିଟେନ୍‌ରେ ସରକାର ଚାଲିବା ଲାଗି ଲୋକମାନଙ୍କୁ ପ୍ରୋତ୍ସାହିତ  କରୁଛନ୍ତି । ଏହା କରୋନା ମହାମାରୀ ଦ୍ୱାରା ଆସିଥିବା ବଡ଼  ପରିବର୍ତ୍ତନ ମଧ୍ୟରୁ ଅନ୍ୟତମ । ସେପଟେ ଲଣ୍ଡନରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି  ଯେ, ଦେଶର ୩୧% ଲୋକ ଚାଲିବାକୁ ପସନ୍ଦ କରୁଛନ୍ତି । ସେମାନଙ୍କର ଯାତ୍ରାର ଦୂରତା ଏକ ମାଇଲ୍‌ ବା ତା’ଠାରୁ ଅଧିକ ରହୁଛି ।

ଉଚ୍ଚବର୍ଗର ଲୋକମାନେ ଯେଉଁମାନେ ଖୁବ୍‌ କମ୍‌ ଚାଲୁଥିଲେ ସେମାନେ ଏବେ ଏହି ଅଭ୍ୟାସକୁ ଗ୍ରହଣ କରିଛନ୍ତି । କିଛି ଅଞ୍ଚଳରେ ସାଇକେଲ ଚଳାଇବା ବଦଳରେ ପାଦରେ ଚାଲି ଯିବାକୁ ପ୍ରୋତ୍ସାହିତ କରାଯାଉଛି । ୨୦୨୦ ମେ ମାସରେ ସରକାର ଚାଲି ଚାଲି ଯାଉଥିବା ଲୋକଙ୍କ ଲାଗି ଏକ ବିଶେଷ ପ୍ୟାକେଜ୍‌ ଘୋଷଣା କରିଥିଲେ । ସେମାନଙ୍କ ଲାଗି ବ୍ୟବସ୍ଥିତ ଲେନ୍‌ ବନାଇବାକୁ ଆଶ୍ୱାସନା ଦେଇଥିଲେ । ୨୦୫୦ ମଧ୍ୟରେ ବ୍ରିଟେନ୍‌ରେ ଅଙ୍ଗାର ନିର୍ଗମନକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.