WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଞ୍ଜାମ ଆସିଥିଲେ ଓ୍ୱାହିଦା ରେହମାନ, ନାଚ ଦେଖି ସମସ୍ତେ ହୋଇଥିଲେ ମନ୍ତ୍ରମୁଗ୍ଧ

28/09/2023 at 2:55 PM

ଭୁବନେଶ୍ୱର ୨୮।୦୯: ଦେଶର ଅଭିନୟ ପାଇଁ ସର୍ବୋଚ୍ଚ ପୁରସ୍କାର ଦାଦସାହେବ ଫାଲକେ ଲାଗି ମନୋନୀତ ହୋଇଛନ୍ତି ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନ । ଏହି ଖବର ଆସିବା ପରେ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖାଯାଇଥିଲା । ଆଉ ଏବେ ୱାହିଦାଙ୍କର ଓଡ଼ିଶା ଲିଙ୍କ ସାମ୍ନାକୁ ଆସିବା ପରେ ଅଧିକ ଚର୍ଚ୍ଚା ହେଉଛି ।

ଜଣେ ଜାତୀୟ ସ୍ତରର ଅଭିନେତ୍ରୀ ଭାବେ ପରିଚୟ ସୃଷ୍ଟି କରିବା ପୂର୍ବରୁ ପ୍ରଥମେ ଜଣେ ନୃତ୍ୟାଙ୍ଗନା ଭାବେ ପରିଚୟ ସୃଷ୍ଟି କରିଥିଲେ ୱାହିଦା । ଆଜକୁ ପ୍ରାୟ ସାତ ଦଶକ ପୂର୍ବରୁ ଓଡ଼ିଶାର ବ୍ରହ୍ମପୁରଠାରେ ଗଞ୍ଜାମ କଳା ପରିଷଦରେ ସେ ନୃତ୍ୟ କରିଥିଲେ । ଏହା ତାଙ୍କର ପ୍ରଥମ ଷ୍ଟେଜ୍ ସୋ’ ଥିଲା, ଯାହା ଜଣେ ଡାକ୍ତର ତଥା ସାମାଜିକ କର୍ମୀ  ଡା. ଫିରୋଜ ଅଲୀଙ୍କ ଦ୍ୱାରା ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଯେ କେବଳ ୱାହିଦାଙ୍କୁ ପ୍ରସିଦ୍ଧି ଆଣିଦେଲା ତା ନୁହେଁ, ବରଂ ଗଞ୍ଜାମରେ ଏକ ଜାତୀୟ ସ୍ତରୀୟ ଫୁଟବଲ୍ ମ୍ୟାଚ୍ ଆୟୋଜନ ପାଇଁ ମଧ୍ୟ ବାଟ ଖୋଲିଥିଲା ।

ରୂପେଲି ପରଦାରେ ଏଣ୍ଟ୍ରି କରିବା ପୂର୍ବରୁ ୧୯୫୨ରେ ପ୍ରଥମେ ୱାହିଦା ରେଶମ ସହର ବ୍ରହ୍ମପୁରରେ ଭାରତନାଟ୍ୟମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ଦେଖି ପୁଣି ଆଉ ଏକ ଡ୍ୟାନ୍ସ ସୋ ପାଇଁ ବ୍ରହ୍ମପୁର ଆସିଥିଲେ ୱହିଦା । ତେବେ ତାଙ୍କ ପ୍ରଥମ ଡାନ୍ସ ସୋର ଆୟୋଜକ ଡାକ୍ତର ଫିରୋଜ ଗରୀବଙ୍କ ଡାକ୍ତର ଭାବେ ମଧ୍ୟ ପରିଚିତ ଥିଲେ । ତାଙ୍କ ନାତୁଣୀ ନର୍ଗିସ୍ ନଟରାଜନଙ୍କ ଦ୍ୱାରା ଲିଖିତ ତାଙ୍କ ବାୟୋଗ୍ରାଫି ଡାଡି – ଏ ବକେଟ୍ ଅଫ ମେମୋରିଜରେ ୱହିଦାଙ୍କ ସିଲ୍କ ସିଟି ଭିଜିଟର କାହାଣୀ ରହିଛି । ନର୍ଗିସଙ୍କ ପୁସ୍ତକରେ ୱହିଦାଙ୍କୁ ବ୍ୟୁଟି ୱିଥ୍ ବ୍ରେନ୍ ଭାବେ ବର୍ଣ୍ଣନା କରାଯାଇଛି । ନର୍ଗିସଙ୍କ ପରିବାରର ନିମନ୍ତ୍ରଣ ରକ୍ଷା କରି ତୁରନ୍ତ ଭାରତନାଟ୍ୟମ ପରିବେଷଣ ପାଇଁ ସେ ରାଜି ହୋଇଯାଇଥିଲେ ବୋଲି ମଧ୍ୟ ପୁସ୍ତକରେ ଲେଖା ଯାଇଛି ।

ତେବେ ଗଞ୍ଜାମ କଳା ପରିଷଦରେ ୱହିଦାଙ୍କ ନୃତ୍ୟ ଦେଖିଥିଲେ ଜଣେ ତେଲୁଗୁ ସିନେମା ନିର୍ଦ୍ଦେଶକ । ପରେ ତାଙ୍କୁ ଏକ ତେଲୁଗୁ ସିନେମା ରୋଜୁଲୁ ମାରାୟିରେ ଏକ ଡ୍ୟାନ୍ସ ସିକ୍ୱେନ୍ସ ପାଇଁ ଅଫର ଦେଇଥିଲେ । ଏହି ସିନେମା ୧୯୫୫ରେ ରିଲଜ୍ ହୋଇଥିଲା । ତେବେ ସିନେମାରେ ପ୍ରସିଦ୍ଧ ତେଲୁଗୁ କଳାକାର ନାଗେଶ୍ୱର ରାଓ ଏବଂ ସୋକାର ଜାନକୀ କାମ କରିଥିଲେ ମଧ୍ୟ ୱହିଦାଙ୍କ ଗୀତଟି ହିଟ୍ ହୋଇଥିଲା ଏବଂ ଚମକିଥିଲା ତାଙ୍କ ଭାଗ୍ୟ । ରୋଜୁଲୁ ମାରାୟିର ହଣ୍ଡ୍ରେଡ ଡେ ସେଲିବ୍ରେସନ ଅବସରରେ ପ୍ରଥମ ଲିଡ ରୋଲ୍ ଅଫର ପାଇଥିଲେ ୱହିଦା । କିମ୍ବଦନ୍ତୀ ଅଭିନେତା ତଥା ନିର୍ମାତା ଗୁରୁ ଦତ୍ତା ତାଙ୍କ ସୌନ୍ଦର୍ଯ୍ୟରେ ପ୍ରଭାବିତ ହୋଇ ତାଙ୍କୁ ଏହି ଅଫର ଦେଇଥିଲେ । ଏହା ଥିଲା ୧୯୫୬ରେ ରିଲିଜ ହୋଇଥିବା ସିଆଇଡି ଯେଉଁଥିରେ ଦେବାନନ୍ଦଙ୍କ ବିପକ୍ଷରେ ଅଭିନୟ କରିଥିଲେ ୱାହିଦା ।

ଜଣେ ଜଣାଶୁଣା ଅଭିନେତ୍ରୀରେ ପରିଚିତ ହେବା ପରେ ମଧ୍ୟ ବ୍ରହ୍ମପୁରକୁ ଏକ କାର୍ଯ୍ୟକ୍ରମରେ ନୃତ୍ୟ କରିବାକୁ ଆସିଥିଲେ ୱହିଦା । ୧୯୬୦ରେ ସେ ନିଜ ସହ ପ୍ରସିଦ୍ଧ ପ୍ରଚ୍ଛଦପଟ ଗାୟକ ମାନ୍ନା ଦେଙ୍କୁ ମଧ୍ୟ ଆଣି କାର୍ଯ୍ୟକ୍ରମରେ ପରିବେଷଣ କରିଥିଲେ ।

   Related Posts