AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବଦାସ ହତ୍ୟା ଘଟଣାରେ ଡିଜିଙ୍କ ପ୍ରେସମିଟ୍, କହିଲେ ତଦନ୍ତକୁ ଆହୁରି ଲାଗିବ ସମୟ
  • ||
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

ମଧ୍ୟପ୍ରଦେଶ ବ୍ୟାପମ୍ ଘୋଟାଲା; ଏସଟିଏଫ ଖୋଲିଲା ୮ବର୍ଷ ପୁରୁଣା ଫାଇଲ୍, ରାଜନେତାଙ୍କ ମଧ୍ୟରେ କମ୍ପନ

3/01/2023 at 2:32 PM

ଭୋପାଲ: ମଧ୍ୟପ୍ରଦେଶ ବ୍ୟାପମ୍ ଘୋଟାଲାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଏତଲା ଆଧାରରେ ୮ବର୍ଷ ପୁରୁଣା ମାମଲାରେ FIR ରୁଜୁ ହୋଇଛି । ମଧ୍ୟପ୍ରଦେଶ ଅପରାଧିକ ଶାଖା ଏସଟିଏଫ ୮ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ଏବେ ରାଜନୈତିକ ମହଲରେ ଆତଙ୍କ ଖେଳିଯାଇଛି । ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ହଲଚଲ ଦେଖିବାକୁ ମିଳିଛି । କିଛି ପ୍ରଭାବଶାଳୀ ନେତା ଦିଲ୍ଲୀ ଶୀର୍ଷ ନେତୃତ୍ବଙ୍କ ଶରଣ ପଶିଛନ୍ତି ।

୨୦୧୪ରେ କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଅଭିଯୋଗ ଆଧାରରେ ଏସଟିଏଫ ୮ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଏହି ଘୋଟଲାରେ କିଛି ବିଜେପି ନେତା ସାମିଲ ଥିବା ଜଣାପଡ଼ିଛି । ଅନ୍ୟପଟେ ଏସଟିଏଫ ଏହି ମାମଲାର ରାଜନୈତିକ ଦିଗକୁ ଖାରଜ କରି ଏହା ଏକ ରୁଟିନ୍ ଆକ୍ସନ ବୋଲି କହିଛି । ସିବିଆଇ ପକ୍ଷରୁ ଯାଞ୍ଚ ହୋଇନଥିବା ମାମଲାର ତଦନ୍ତ ହେଉଛି ବୋଲି ଅଧିକାରୀ କହିଛନ୍ତି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଏସଟିଏଫ ଡିସେମ୍ବର ୬ତାରିଖରେ  ପ୍ରଶାନ୍ତ ମେଶରାମ୍, ଅଜୟ ଟେଙ୍ଗର, କୃଷ୍ଣା କୁମାର ଜୟଶଓ୍ବାଲ, ଅନିଲ୍ ଚୌହାନ, ହରିକୃଷ୍ଣ ଯାଟବ, ଶିବଶଙ୍କର ପ୍ରସାଦ, ଅମିତ୍ ବାଜୋଲ ଓ ସଲୁବନ୍ତ ସିଂହ ମୋର୍ଯ୍ୟଙ୍କ ବିରୋଧରେ FIR ରୁଜୁ କରିଥିଲା । ଏମାନେ ନକଲି ପରୀକ୍ଷାର୍ଥୀଙ୍କ ସହଯୋଗରେ ପିଏମଟି ୨୦୦୮-୦୯ ପାସ୍ କରିଥିବା ଅଭିଯୋଗ ହୋଇଥିଲା । ଯାଞ୍ଚ ସମୟରେ ଅଭିଯୁକ୍ତଙ୍କ ଦସ୍ତଖତରେ ସାମଞ୍ଜସ୍ୟ ନଥିବା କହିଛନ୍ତି ଅପରାଧୀକ ଶାଖାର ଅଧିକାରୀ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ୩ଟି ଶ୍ରେଣୀରେ କିଛି ପରୀକ୍ଷାର୍ଥୀଙ୍କ ତାଲିକା ଏସଟିଏଫକୁ ଦେଇଥିଲେ । ଯେଉଁଥିରେ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀ, ବିଜେପିର କିଛି ବରିଷ୍ଠ ନେତା ଆର୍ଥିକ ଲାଭ ଓ ନିଜର ଲାଭ ପାଇଁ ଘୋଟାଲା କରିଥିଲେ ।   

   Related Posts