scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏସିଆ କପ ପୂର୍ବରୁ ରାହୁଲ ଦ୍ରାବିଡଙ୍କୁ ମିଳିଲା ବ୍ରେକ, ଜିମ୍ୱାୱେ ଗସ୍ତରେ ଲକ୍ଷ୍ମଣ ହେବେ ଟିମ ଇଣ୍ଡିଆର ହେଡ୍ କୋଚ

12/08/2022 at 11:13 PM

ନୂଆଦିଲ୍ଲୀ: ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ ଲକ୍ଷ୍ମଣ ଜିମ୍ୱାୱେ ଗସ୍ତ ସମୟରେ ଭାରତର କାର୍ଯ୍ୟବାହକ ମୁଖ୍ୟ କୋଚ ହେବ। ଶୁକ୍ରବାର ବିସିସିଆଇ ସମ୍ପାଦକ ଜୟ ଶାହ ଏହି ସୂଚନା ଦେଇଛନ୍ତି।

ଜୟ ଶାହ କହିଛନ୍ତି, ‘ଜିମ୍ୱାୱେ ଗସ୍ତରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଦିନିଆରେ ସିରିଜ ପାଇଁ ଲକ୍ଷ୍ମଣ ଟିମର କୋଚ ଦାୟିତ୍ୱ ସମ୍ଭାଳିବେ। ତେବେ ରାହୁଲ ଦ୍ରାବିଡଙ୍କୁ ନେଇ ବିଶ୍ରାମ ଦିଆଯିବ ବୋଲି ଏପରି କରାଯାଉ ନାହିଁ । ଜିମ୍ୱାୱେ ବିପକ୍ଷ ଦିନିକିଆ ସିରିଜ ଅଗଷ୍ଟ ୨୨ରେ ଶେଷ ହେବ ଏବଂ ଦ୍ରାବିଡଙ୍କ ସହ ଭାରତୀୟ ଟିମ ଅଗଷ୍ଟ ୨୩ରେ ୟୁଏଇ ଗସ୍ତ କରିବ । ଏହି ଦୁଇ ଟୁର୍ଣ୍ଣାମେଣ୍ଟ ମଧ୍ୟରେ କମ ରହିଛି, ତେଣୁ ଲକ୍ଷ୍ମଣ ଜିମ୍ୱାୱେରେ ଭାରତୀୟ ଟିମର ଦାୟିତ୍ୱ ନେବେ’।

ଏହାସହ ସେ କହିଛନ୍ତି, ଏୟିଆ କପ ଟି-୨୦ ଟୁର୍ଣ୍ଣାମେଣ୍ଟ ଟିମରୁ କେବଳ ଲୋକେଶ ରାହୁଲ ଏବଂ ଦୀପକ ହୁଡ୍ଡା ଜିମ୍ୱାୱେ ଗସ୍ତ ଟିମରେ ଅଛନ୍ତି । ଏପରି ସ୍ଥିତିରେ ଏହା ଯୁକ୍ତସଙ୍ଗତ ଯେ, ମୁଖ୍ୟ କୋଚ ଟି ୨୦ ଟିମ ସହ ରହିବେ।   

   Related Posts