scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆୟରଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର କୋଚ୍ ହେବେ ଭିଭିଏସ ଲକ୍ଷ୍ମଣ

25/05/2022 at 8:45 PM

ନୂଆଦିଲ୍ଲୀ: ଭାରରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଜାତୀୟ କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣଙ୍କୁ ଆୟରଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳର କୋଚ୍ ଭାବେ ନିଯୁକ୍ତ କରିଛି। ଭାରତୀୟ ଦଳ ଡବଲିନରେ ଆୟରଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳିବ। ପ୍ରଥମ ମ୍ୟାଚ୍ ଜୁନ ୨୬ ଏବଂ ଦ୍ଵିତୀୟ ମୁକାବିଲା  ଜୁନ ୨୮ରେ ଖେଳାଯିବ। ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଉକ୍ତ ସମୟରେ ଇଂଲଣ୍ଡ ଗସ୍ତରେ ଭାରତୀୟ ଟେଷ୍ଟ ଦଳ ସହ ଥିବେ। ତେଣୁ ଲକ୍ଷ୍ମଣଙ୍କୁ ଭାରତୀୟ ଦଳର କୋଚ୍ କରାଯାଇଛି।

ଏହା ପୂର୍ବରୁ ଗତ ବର୍ଷ ଶ୍ରୀଲଙ୍କା ଗସ୍ତରେ ରାହୁଲ ଦ୍ରାବିଡଙ୍କୁ ଦଳର କାମଚଳା କୋଚ୍ କରାଯାଇଥିଲା। ସେହି ସମୟରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ସହ ଥିଲେ। ସେହି ସମୟରେ ଧାଓ୍ଵନ ଶ୍ରୀଲଙ୍କାରେ ଦଳର ନେତୃତ୍ଵ ନେଇଥିଲେ।

ପୂର୍ବତନ ବ୍ୟାଟସମ୍ୟାନ ଭିଭିଏସ ଲକ୍ଷ୍ମଣ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ଗତ ବର୍ଷ ଶେଷ ଆଡକୁ ରାହୁଲ ଦ୍ରାବିଡ ଭାରତୀୟ ଦଳର କୋଚ୍ ହେବା ପରେ ଲକ୍ଷ୍ମଣଙ୍କୁ ଏନସିଏର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ଲକ୍ଷ୍ମଣଙ୍କ ନିକଟରେ ପ୍ରଶିକ୍ଷଣର ଅଭିଜ୍ଞତା ମଧ୍ୟ ରହିଛି। ସେ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର କୋଚିଂ ଦାୟିତ୍ଵ  ତୁଲାଇଛନ୍ତି। ପଶ୍ଚିମବଙ୍ଗ ଦଳ ପାଇଁ ବ୍ୟାଟିଂ ପରାମର୍ଶଦାତା ଭାବେ କାମ କରି ସାରିଛନ୍ତି। ଏପରିକି ଚଳିତ ବର୍ଷ ଆରମ୍ଭରେ ୧୯ ବର୍ଷରୁ କମ ବିଶ୍ଵ କପ୍‌ ବିଜୟୀ ଭାରତୀୟ ଦଳର କୋଚ୍ ଥିଲେ।

   Related Posts