ଟିମ୍ ଇଣ୍ଡିଆର ଅନ୍ତରୀଣ କୋଚ୍ ହେଲେ ଭିଭିଏସ୍ ଲକ୍ଷ୍ମଣ

Published By : Prameya-News7 Bureau | August 24, 2022 IST

ମୁମ୍ବାଇ: ରାହୁଲ ଦ୍ରାଭିଡ଼ଙ୍କ ଅନୁପସ୍ଥିତିରେ ଜାତୀୟ କ୍ରିକେଟ୍‌ ଆକାଡେମୀ(NCA)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ହେଲେ ଟିମ୍‌ ଇଣ୍ଡିଆର ଅନ୍ତରୀଣ କୋଚ୍। ତାଙ୍କ କୋଚିଂରେ ଜିମ୍ବାୱେରେ ଟିମ୍‌ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରି ମ୍ୟାଚ୍‌କୁ ୩-୦ରେ ପୋଛି ନେଇଛି। ଏପଟେ ଦ୍ରାଭିଡ଼ କୋଭିଡ୍ ପଜିଟିଭ୍ ହୋଇଥିବାର ତାଙ୍କୁ ଜିମ୍ବାୱେ ଗସ୍ତରୁ କିଛିଦିନ ପାଇଁ ବାଦ୍ ଦିଆଯାଇଛି।

ଆଗକୁ ୟୁନାଇଟେଡ୍ ଆରବ ଏମିରାଟ୍‌ରେ ଏସିଆ କପ୍‌ ଖେଳାଯିବାର ଅଛି। ଏହି ଟୁର୍ଣ୍ଣାମେଣ୍ଟରେ ଲକ୍ଷ୍ମଣଙ୍କ ମାର୍ଗଦର୍ଶନରେ ଚାଲିବ ଟିମ୍ ଇଣ୍ଡିଆ। ଏସିଆ କପ୍‌ରେ ବିରାଟ କୋହଲି, ରୋହିତ ଶର୍ମା ଓ କେ.ଏଲ୍ ରାହୁଲଙ୍କ ଉପସ୍ଥିତି ଟିମ୍‌ ଇଣ୍ଡିଆକୁ ମଜଭୁତ କରିବ। ତେବେ ଦଳରେ ଦୁଇ ମୁଖ୍ୟ ଦ୍ରୁତ ବୋଲର ଜସ୍‌ପ୍ରୀତ ବୁମ୍ରା ଓ ହର୍ଷଲ ପଟେଲ୍‌ଙ୍କୁ ଏସିଆ କପରୁ ବାଦ ଦିଆଯାଇଛି।

ଲକ୍ଷ୍ମଣଙ୍କୁ ଅନ୍ତରୀଣ କୋଚ୍ ନିଯୁକ୍ତି ସମ୍ପର୍କରେ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛି ବିସିସିଆଇ। ଯେଉଁଥିରେ କୁହାଯାଇଛି “ ୟୁଏଇରେ ଖେଳାଯିବାକୁ ଥିବା ଆସନ୍ତା ଏସିସି ଏସିଆକ କପ୍ ୨୦୨୨ ପାଇଁ ଏନ୍‌ସିଏର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ଟିମ୍ ଇଣ୍ଡିଆର ବରିଷ୍ଟ ପୁରୁଷ ବର୍ଗର ଅନ୍ତରୀଣ କୋଚ ନିଯୁକ୍ତି ଦିଆଯାଇଛି। ” ରାହୁଲ ସୁସ୍ଥ ହେଲେ ଓ ବିସିସିଆଇ ମେଡିକାଲ ଟିମ୍ କ୍ଲିୟରାନ୍ସ ଦେଲେ ସେ ପୁଣିଥରେ ଟିମ୍ ଇଣ୍ଡିଆର ଯୋଗ ଦେଇପାରିବେ ବୋଲି ବିସିସିଆଇ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.