ଭୁଲ ଇଞ୍ଜେକ୍ସନ ନେଇ ୫ ବର୍ଷର ଶିଶୁର ମୃତ୍ୟୁ, ମେଡ଼ିକାଲ୍ ପରିସରରେ ଉତ୍ତେଜନା
8/03/2023 at 10:06 AM

ନାରାୟଣପାଟଣା ୦୮/୦୩: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡ଼ାକ୍ତରଙ୍କର ଅବହେଳା ଓ ଭୁଲ୍ ଇଜେକ୍ସନ ଯୋଗୁଁ ଶ୍ରୀୟା କନ୍ଦପାନ ନାମକ ଜଣେ ୫ ବର୍ଷର କୁନି ଝିଅର ମୃତ୍ୟ ଅଭିଯୋଗ ।
ମୃତ ଝିଅ କୋଡିଙ୍ଗା ଗାଁର ବୋଲି ସୂଚନା । ଭୁଲ୍ ଇଞ୍ଜେ୍ସନ ଯୋଗୁ ମୃତ୍ୟୁ ଏବଂ ସଂପୃକ୍ତ ଡ଼ାକ୍ତର ମଦ୍ୟ ପାନ କରି ଚିକିତ୍ସା କରୁଛନ୍ତି ବୋଲି ଅଭିଯୋଗ ଆଣୁଛନ୍ତି ପରିବାର ଲୋକେ । ମୃତ ପରେ ଡ଼କ୍ଟର ନବକିଶୋର କୁଣ୍ଡୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ହସ୍ପିଟାଲ ପରିସରରେ ପରିବାର ଲୋକେ ଜିଦରେ ଅଟଳ ରହିଛନ୍ତି ଡାକ୍ତର ପାଖକୁ ଆସନ୍ତୁ ଏବଂ ସର୍ବ ସମ୍ମୁଖରେ ଭୁଲ ମାଗନ୍ତୁ କଣ ପାଇଁ ଏମିତି ଭୂଲ ଇଞ୍ଜେକ୍ସନ ଦେଲେ । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି ।