Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଫ୍ରାନ୍ସ ସଂସଦୀୟ ନିର୍ବାଚନ ଲାଗି ଭୋଟ ଗ୍ରହଣ ଜାରୀ, ଜାଣ୍ତୁ ରାଷ୍ଟ୍ରପତି ଇମାନୁଏଲ ମେକ୍ରନଙ୍କ ମେଣ୍ଟର ସ୍ଥିତି

12/06/2022 at 4:21 PM

ପ୍ୟାରିସ୍ ୧୨।୬: ଫ୍ରାନସରେ ରବିବାର ସଂସଦୀୟ ନିର୍ବାଚନ ଲାଗି ଭୋଟଗ୍ରହଣ ହେଉଛି। ଏଥିରେ ବହୁମତ ଲାଗି ଆଶାବାନ୍ଧି ବସିଥିବା ରାଷ୍ଟ୍ରପତି ଇମାନୁଏଲ ମେକ୍ରନଙ୍କ ଲାଗି ନିର୍ବାଚନକୁ ଏବେ ଅଗ୍ନିପରୀକ୍ଷା ବୋଲି କୁହାଯାଉଛି। ମେକ୍ରନଙ୍କ ମେଣ୍ଟକୁ ବାମପନ୍ଥୀ ମେଣ୍ଟ କଡା ଟକ୍କର ଦେଉଥିବା ବେଳେ ନ୍ୟାସନାଲ ଆସେମ୍ବ୍ଲିର ୫୭୭ ଆସନ ଲାଗି ହେଉଥିବା ପ୍ରାରମ୍ଭିକ ପର୍ଯ୍ୟାୟ ମତଦାନରେ ୬ ହଜାରରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି।

ଏହି ପର୍ଯ୍ୟାୟରେ ଅଧିକ ଭୋଟ ପାଇଥିବା ପ୍ରାର୍ଥୀ ଜୁନ ୧୯ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନିତ ହେବାକୁ ଥିବା ବେଳେ ଏହି ପର୍ଯ୍ୟାୟରେ ହାରଜିତର ନିଷ୍ପତ୍ତି ହେବ। ଗତ ମେ ମାସରେ ମେକ୍ରନ ଦ୍ୱିତୀୟବାର ରାଷ୍ଟ୍ରପତି ହେବା ପରେ ତାଙ୍କର ମଧ୍ୟମାର୍ଗୀ ମେଣ୍ଟ ବହୁମତ ଲାଗି ଆଶାବାଦୀ ଅଛି। ଯାହା ଦ୍ୱାରା ମେଣ୍ଟ ଦେଶବାସୀଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନ କରିପାରିବ ବୋଲି ଆଶା କରିଛି। ଏହି ନିର୍ବାଚନରେ କର ହ୍ରାସ ଓ ଅବସର ବୟସ ୬୨ରୁ ବଢାଇ ୬୫ କରିବାକୁ ସରକାରୀ ମେଣ୍ଟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି।

ତେବେ ତାଜା ନିର୍ବାଚନ ସର୍ଭେକ୍ଷଣରୁ ମେକ୍ରନ ଓ ତାଙ୍କ ମେଣ୍ଟକୁ ପୁଣି ସରକାରକୁ ଫେରିବାକୁ ହେଲେ କଡା ସଂଘର୍ଷ କରିବାକୁ ପଡିପାରେ ବୋଲି ଜଣାପଡିଛି। ସଦ୍ୟ ଓପିନିୟନ ପୋଲରେ ବାମପନ୍ଥୀ ନେତା ଜ୍ୟାଂ ଲୁସ୍ ମେଲେଙ୍କୋନଙ୍କ ମେଣ୍ଟକୁ ୨୦୦ରୁ ଅଧିକ ଆଶନ ମିଳୁଥିବାର ଅନୁମାନ କରାଯାଉଛି। ତେବେ ବିରୋଧୀ ମେଣ୍ଟ ବହୁମତରୁ ସାମାନ୍ୟ ପଛରେ ରହିଯାଉଥିବାରୁ ମେକ୍ରନଙ୍କ ମେଣ୍ଟ ପୁଣି କ୍ଷମତାକୁ ଫେରିବାର ଆଶା କରାଯାଉଛି। ଏଥିରେ ମେକ୍ରୋନଙ୍କ ମେଣ୍ଟକୁ ୨୬୦ରୁ ୩୨୦ ଆସନ ମିଳିପାରେ ବୋଲି ଆକଳନ କରାଯାଉଛି।  

   Related Posts