ଭୋଟ ଦେଉଛି ଓଡିଶା : ଦିନ ୧ଟା ସୁଦ୍ଧା ୩୯.୩୦ ପ୍ରତିଶତ ମତଦାନ

Published By : Prameya-News7 Bureau | May 13, 2024 IST

ଭୁବନେଶ୍ୱର ୧୩।୦୫ : ଓଡିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦିନ ୧ଟା ସୁଦ୍ଧା ୩୯.୩୦ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଝରିଗାଁରେ ସର୍ବାଧିକ ୪୬.୯୦ ପ୍ରତିଶତ ଭୋଟିଂ ହୋଇଥିବା ବେଳେ କୋରାପୁଟରେ ସର୍ବନିମ୍ନ ୨୯.୬୧ ପ୍ରତିଶତ ଭୋଟିଂ ହୋଇଛି । ବାକି ଖରିଆରରେ ୪୨.୨୮ ପ୍ରତିଶତ, ନୂଆପଡ଼ାରେ  ୪୪. ୪୧ ପ୍ରତିଶତ, ବ୍ରହ୍ମପୁରରେ ୨୬.୧୪ ପ୍ରତିଶତ, ଭାବନୀପାଟଣାରେ ୩୯.୫୦ ପ୍ରତିଶତ, ବିଷମକଟକରେ ୩୬.୨୨ ପ୍ରତିଶତ, ଛତ୍ରପୁରରେ ୨୯.୬୧ ପ୍ରତିଶତ, ଚିକିଟରେ ୩୫.୯୨ ପ୍ରତିଶତ, ଚିତ୍ରକୋଣ୍ଡାରେ ୩୯.୬୧ ପ୍ରତିଶତ, ଡାବୁଗାଁରେ ୪୨.୯୦ ପ୍ରତିଶତ, ଧର୍ମଗଡ଼ରେ ୪୧.୦୨ ପ୍ରତିଶତ, ଦିଗପହଣ୍ଡିରେ ୩୮.୧୦ ପ୍ରତିଶତ, ଗୋପାଳପୁରରେ ୩୩.୭୬ ପ୍ରତିଶତ, ଗୁଣପୁରରେ ୩୯.୫୨ ପ୍ରତିଶତ, ଜୟପୁରରେ ୪୦.୦୮ ପ୍ରତିଶତ, ଝରିଗାଁରେ ୪୬.୯୦ ପ୍ରତିଶତ, ଜୁନାଗଡ଼ରେ ୪୨.୮୭ ପ୍ରତିଶତ, କୋରାପୁଟରେ ୩୨.୨୫ ପ୍ରତିଶତ, କୋଟପାଡ଼ରେ ୪୨.୩୧ ପ୍ରତିଶତ , ଲକ୍ଷ୍ମୀପୁରରେ ୩୫.୦୪ ପ୍ରତିଶତ, ଲାଞ୍ଜିଗଡ଼ରେ ୪୩.୭୨ ପ୍ରତିଶତ, ମାଲକାନଗିରିରେ ୪୦.୧୫ ପ୍ରତିଶତ, ମୋହନାରେ ୪୧.୨୫ ପ୍ରତିଶତ,  ନବରଙ୍ଗପୁର-୪୪.୯୦ ପ୍ରତିଶତ , ନର୍ଲାରେ ୪୫.୪୮ ପ୍ରତିଶତ,  ପାରଳାଖେମୁଣ୍ଡିରେ ୩୯.୮୬ ପ୍ରତିଶତ , ପଟ୍ଟାଙ୍ଗିରେ ୪୦.୭୪ ପ୍ରତିଶତ,  ରାୟଗଡ଼ାରେ ୩୩ ପ୍ରତିଶତ, ଉମରକୋଟରେ ୪୧.୭୦ ପ୍ରତିଶତ ରେକର୍ଡ ହୋଇଛି । 

ସୂଚନାଯୋଗ୍ୟ ଯେ, ଆଜି ମେ ୧୩ ତାରିଖ। ଓଡିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ହେଉଛି ପ୍ରଥମ ପର୍ଯ୍ୟାୟ ଭୋଟ। ଓଡ଼ିଶାର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଚାଲିଛି ମତଦାନ। ଏଥିପାଇଁ ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ। ଆଜି ଯେଉଁ ୪ ଲୋକସଭା ଆସନରେ ମତଦାନ ହେଉଛି ସେଗୁଡ଼ିକ ହେଉଛି ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ। ଆଜି ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡିରେ ହେଉଛି ଭୋଟ ଗ୍ରହଣ।  

ସେହିପରି କଳାହାଣ୍ଡି ଲୋକସଭା ଆସନ ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲାରେ ହେଉଛି ମତଦାନ। ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମାଲକାନଗିରି, ଚତ୍ରକୋଣ୍ଡାରେ ମତଦାନ। ଏବଂ କୋରାପୁଟ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଗୁଣୁପୁର, ବିଷମ କଟକ,ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ ହେଉଛି ମତଦାନ। 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.