ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପ୍ରସ୍ତାବ ଉପରେ ଭୋଟିଂ

Published By : Prameya-News7 Bureau | December 09, 2019 IST

ନୂଆଦିଲ୍ଲୀ ୦୯।୧୨: ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା । ବିଲ୍ ର ବିଭିନ୍ନ ଦିଗକୁ ନେଇ କଂଗ୍ରେସ ସାଂସଦ ହଙ୍ଗାମା କରିଥିବା ବେଳେ ଅମିତ ଶାହା କହିଛନ୍ତି ଏହା ସାମାନ୍ୟ ଭାବରେ ମଧ୍ୟ ସଂଖ୍ୟାଲଘୁଙ୍କ ବିରୋଧୀ ନୁହେଁ । ବିରୋଧୀ ସାଂସଦଙ୍କୁ ପ୍ରଶ୍ନ ପଚାରିବାକୁ ମଉକା ମିଳିବ । ସେମାନଙ୍କର ପ୍ରତି ପ୍ରଶ୍ନର ଜବାବ ଦେବି ତେବେ ସେହି ସମୟରେ ବିରୋଧୀ କକ୍ଷତ୍ୟାଗ ନକରିବାକୁ ଅମିତ ଶାହା କହିଛନ୍ତି । କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଏହି ବିଲ୍ ସମ୍ବିଧାନର ଅନୁଚ୍ଛେଦ ୫, ୧୪ ଏବଂ ୧୫ର ମୌଳିକ ଭାବନାକୁ ବିରୋଧ କରୁଛି । ସେପଟେ ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ ଗୃହମନ୍ତ୍ରୀଙ୍କୁ ସମାଲୋଚନା କରିବା ପରେ ଏହାକୁ ନେଇ ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଛି । ଏହି ବିଲ୍ ଗୃହରେ ଆସି ପାରିବ କି ନାହିଁ ସେନେଇ ଭୋଟିଂ ହୋଇଥିଲା । ବିଲ୍ ଉପସ୍ଥାପନ ସପକ୍ଷରେ ୨୯୩ଭୋଟ ପଡିଥିଲା ବେଳେ ବିପକ୍ଷରେ ୮୨ଭୋଟ ପଡିଛି ।

wp:core-embed/twitter {"url":"https://twitter.com/ANI/status/1203949814884397056","type":"rich","providerNameSlug":"twitter","className":""}
https://twitter.com/ANI/status/1203949814884397056
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.