ୟେଦୁରପ୍ପା ସରକାରଙ୍କ ଅଗ୍ନିପରୀକ୍ଷା : ୧୫ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ଜାରି

Published By : Prameya-News7 Bureau | December 05, 2019 IST

ବେଙ୍ଗାଲୁରୁ ୦୫।୧୨: ଆଜି କର୍ଣ୍ଣାଟକର ୧୫ଟି ଆସନରେ ଉପ ନିର୍ବାଚନ ପାଇଁ ମତଦାନ ଜାରି । ରାଜ୍ୟର ଅଠାନୀ, କଗୱାଡ, ଗୋକକ, ୟେଲାପୁର, ହିରେକେରୁର, ରାନୀବେନ୍ନୁର, ବିଜୟନଗର, ଚିକବେଲାପୁର, କେ.ଆର.ପୁରା, ୟଶବନ୍ତପୁରା, ମହାଲକ୍ଷ୍ମୀ ଲେ ଆଉଟ୍, ଶିବାଜୀ ନଗର, ହୋସାକୋଟେ, କେ.ଆର.ପେଟେ ଓ ହୁନସୁର ଆଦି ଆସନ ପାଇଁ ମତଦାନ ଜାରି। ଉପନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

{"id":194007,"sizeSlug":"large"}

ସରକାର ବଞ୍ଚାଇବାକୁ ହେଲେ ବିଜେପିକୁ ଜିତିବାକୁ ପଡ଼ିବ ୬ ଆସନ। ଏହି ନିର୍ବାଚନ ୟେଦୁରପ୍ପା ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ମାତ୍ର ଏହି ଉପ ନିର୍ବାଚନରେ କମ ପ୍ରତିଶତ ମତଦାନ ହେବାର ସମ୍ଭାବନା ରହିଛି। ବିଜେପିକୁ ରାଜ୍ୟର କ୍ଷମତାରେ ରହିବା ଲାଗି ୨୨୫ ସଦସ୍ୟ ବିଧାନସଭାର ଏହି ୧୫ଟି ଆସନରୁ ୬ଟିରେ ଜିତିବା ଜରୁରୀ। ଏହି ଉପନିର୍ବାଚନରେ ମୋଟ୍ ୩୭.୭୮ ଲକ୍ଷ ମତଦାନ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ହୋଇ ସାରିଛି। ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ ପରେ  ଖାଲି ପଡ଼ିଥିବା ପଦରେ ଉପନିର୍ବାଚନ ହେଉଛି। ଏହି ବିଧାୟକଙ୍କ ମଧ୍ୟରେ କଂଗ୍ରେସ ଓ  ଜେଡିଏସର ବିଦ୍ରୋହୀ ନେତା ସାମିଲ ଅଛନ୍ତି ।

{"id":193965,"sizeSlug":"large"}

ବିଧାୟକଙ୍କ ବିଦ୍ରୋହ କାରଣରୁ ଜୁଲାଇରେ କୁମାରସ୍ଵାମୀଙ୍କ ନେତୃତ୍ଵାଧୀନ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ପତନ ଘଟିଥିଲା ଏବଂ ବିଜେପି କ୍ଷମତାକୁ ଫେରିବାକୁ ମାର୍ଗ ପ୍ରଶସ୍ତ ହୋଇଥିଲା। ସଂଖ୍ୟା ଗରିଷ୍ଠତା ହ୍ରାସ ପାଇବାରୁ ବିଜେପି ସରକାର ଗଠନ କରିପାରିଥିଲା। ଏବେ କର୍ଣ୍ଣାଟକ ବିଧାନସଭାରେ ବିଜେପିର ୧୦୫ ବିଧାୟକ, କଂଗ୍ରେସର ୬୬ ଓ ଜେଡିଏସର ୩୪ ବିଧାୟକ ଅଛନ୍ତି।  ବିଏସପି ପାଖରେ ଜଣେ ବିଧାୟକ ଅଛି।  ଅଯୋଗ୍ୟ ଘୋଷିତ ୧୩ ବିଧାୟକଙ୍କୁ  ବିଜେପି ନିଜର ପ୍ରାର୍ଥୀ କରିଛି । ଉପ ନିର୍ବାଚନ  ଲାଗି ସୁପ୍ରିମକୋର୍ଟରୁ ଅନୁମତି ମିଳିବା ପରେ ଗତ ମାସରେ ସେମାନେ ବିଜେପିରେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.