ଭୋଟର୍ ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସଚେତନତା କାର୍ଯ୍ୟକ୍ରମ, ଏହି ତାରିଖରୁ ଭୋଟର କାର୍ଡ ଆବେଦନ ଏବଂ ସଂଶୋଧନ କରି ପାରିବେ

Published By : Prameya-News7 Bureau | November 09, 2022 IST

ଦେବଗଡ: ୧୭ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଯୁବ ବର୍ଗ ଆଜିଠାରୁ ଅଗ୍ରୀମ ଭାବେ ଅନଲାଇନରେ କିମ୍ବା ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହାୟତାରେ ନିଜକୁ ଜଣେ ଭୋଟର୍ ଭାବେ ପଞ୍ଜିକୃତ କରିବାପାଇଁ ଆବେଦନ କରିପାରିବେ।ଏହି କାର୍ଯ୍ୟକ୍ରମ ୨୦୨୨ ନଭେମ୍ବର ୯ରୁ ୨୦୨୨ ଡିସେମ୍ବର ୮ ତାରିଖ  ପର୍ଯ୍ୟନ୍ତ ଚାଲିବ । ସଂଶୋଧନ କାର୍ଯ୍ୟକ୍ରମ ଫର୍ମ ୬ ରେ ନାମପଞ୍ଜିକରଣ କରିବା, ଫର୍ମ ୮ରେ ଭୋଟର୍ ତାଲିକାରେ ଥିବା ତଥ୍ୟର ସଂଶୋଧନ କରିବା, ଫର୍ମ ୭ ନାମ ବାଦ ଦେବା ,ଫର୍ମ ୬ଖ ଭୋଟର୍ ପରିଚୟ ପତ୍ର କୁ ଆଧାର ସହ ସଂଯୋଗ କରିବା ପାଇଁ  ଭୋଟର୍ ଅନଲାଇନ ରେ ଆବେଦନ କରିପାରିବେ।

{"id":706908,"sizeSlug":"full","linkDestination":"none"}

ଏହି ପରିପ୍ରେକ୍ଷୀରେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ସଚେତନତା ରାଲି ବାହାରିଥିଲା। ଏଥିରେ ଦେବଗଡ ମହାବିଦ୍ୟାଳୟର ଏନସିସି ଓ ଏନଏସଏସର  ଛାତ୍ରଛାତ୍ରୀ ମାନେ ଯୋଗଦେଇ ସାଇକେଲ ରାଲି କରି ସହର ପରିକ୍ରମା କରିଥିଲେ ।ଏହି ସଚେତନତା ରାଲିକୁ  ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଡେପୁଟି କଲେକ୍ଟର ଲୀଳାବତୀ ନାୟକ, ଆସିଷ୍ଟାଣ୍ଟ କଲେକ୍ଟର କୈବଲ୍ୟ କର,ଦେବଗଡ ମହାବିଦ୍ୟାଳୟ ଏନସିସି ପ୍ରଶିକ୍ଷକ ସଂଗ୍ରାମ ନନ୍ଦ,ଡକ୍ଟର ସୁରେନ୍ଦ୍ର କୁମାର ଦାସ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ଏହି ଅବସରରେ  ଉପଜିଲ୍ଲାପାଳ କାଯ୍ୟାଳୟରେ ୨୦୨୩ ବର୍ଷ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଚିଠା ଭୋଟର୍ ତାଲିକା ପ୍ରକାଶ ହୋଇଥିବା ଜାତୀୟ କଂଗ୍ରେସ ଜିଲ୍ଲା ସଭାପତି ଉମାଶଙ୍କର ସାହୁ, ବିଜୁ ଜନତା ଦଳର ପ୍ରତିନିଧି ପ୍ରତାପ କୁମାର ଦେବ, ବିଜେପି ପ୍ରତିନିଧି ଅରୁଣ କୁମାର ସାହୁଙ୍କୁ ଉପଜିଲ୍ଲାପାଳ ଭୋଇ ତାଲିକା ପ୍ରଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.