ଭୋଟ ପରିଚୟ ପତ୍ରରେ କୁକୁର ଫଟୋ, କ୍ଷୁବ୍ଧ ଭୋଟରଙ୍କ ଧମକ, ଇସିଙ୍କୁ କାଠଗଡ଼ାକୁ ଟାଣିବି

Published By : Prameya-News7 Bureau | March 05, 2020 IST

କୋଲକାତା ୦୪।୦୩: ଭୋଟ ପରିଚୟ ପତ୍ର ହେଉଛି ଭାରତୀୟ ନାଗରିକଙ୍କ ପରିଚୟ ବୋଲି କୁହାଯାଇଥାଏ । ଭୋଟ ପରିଚୟ ପତ୍ରରେ ଭୋଟରଙ୍କ ମୁହଁ ବଦଳରେ ଅନ୍ୟ ଭୋଟରଙ୍କ ମୁହଁ ଲାଗିଥିବାର କଥା ଶୁଣିଥିବେ । କିଛି କିଛି ସମୟରେ ଭୋଟ ପରିଚୟ ପତ୍ରରେ ନିଜର ନାମ , ଗାଁ, ଠିକଣା ନେଇ କିଛି ଅସୁବିଧା ହୋଇଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ପଶ୍ଚିମବଙ୍ଗରେ ବାସ କରୁଥିବା ଜଣେ ବ୍ୟକ୍ତି ଭୋଟର ପରିଚୟ ପତ୍ରରେ ନିଜ ମୁହଁ ପରିବର୍ତ୍ତେ କୁକୁର ଫଟୋ ରହିଛି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଭୋଟର ପରିଚୟ ପତ୍ରରେ ନିଜ ମୁହଁ ବଦଳରେ କୁକୁରର ଫଟୋ ରଖିବା ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିବାକୁ ବ୍ୟକ୍ତି ଜଣଙ୍କ ନିଷ୍ପତ୍ତି ନେଇଛନ୍ତି ।

ପଶ୍ବିମବଙ୍ଗ ମୁର୍ସିଦାବାଦର ରାମନଗର ଗାଁର ବାସ କରନ୍ତି ସୁନୀଲ କର୍ମକର । ମଙ୍ଗଳବା ଦିନ ତାଙ୍କର ସଂଶୋଧିତ ଭୋଟର ପରିଚୟ ପତ୍ର ଗ୍ରହଣ କରିଥିଲେ । କିନ୍ତୁ ସେ ଯାହା ଦେଖିଲେ, ସେଥିରେ ସେ ପୁରା ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଭୋଟର ପରିଚୟ ପତ୍ରରେ ନିଜ ମୁହଁ ବଦଳରେ କୁକୁର ମୁହଁ ଥିବାର ଦେଖିବାକୁ ପାଇଥିଲେ ।

ସୁନୀଲଙ୍କ କହିବାନୁଯାୟୀ, ତାଙ୍କର ଭୋଟ ପରିଚୟ ରେ କିଛି ତ୍ରୁଟି ଥିଲା । ଏବଂ ସେ ସଂଶୋଧିତ ପାଇଁ ଆବେଦନ କରିଥିଲେ । କିନ୍ତୁ ସଂଶୋଧିତ ଭୋଟ ପରିଚୟ ପତ୍ର ଗ୍ରହଣ କରି ଦେଖନ୍ତି ଯେ, ପରିଚୟ ପତ୍ରରେ ତାଙ୍କ ଫଟୋ ବଦଳରେ କୁକୁର ଫଟୋ ରହିଛି । ତେବେ ଏଭଳି ତ୍ରୁଟି ଏକ ଉଦ୍ଦେଶ୍ୟମୂଳକ ଏବଂ ତାଙ୍କୁ ସର୍ବସାଧାରଣରେ ଅପମାରତି କରିବା ଭଳି ଉଦ୍ଦିଷ୍ଟ । ଯେଉଁମାନେ ମୋ ପରିଚୟ ପତ୍ର ଦେଖିଥିଲେ , ସେମାନେ ଏହାକୁ ସର୍ବସାଧାରଣରେ ପରିହାସ କରିଛନ୍ତି । ତେଣୁ ମୁଁ ଆଇନର ଆଶ୍ରୟ ନେବାକୁ ଯାଉଛି । ସୁନୀଲ ଏବେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ କୋର୍ଟକୁ ଟାଣିବା ବୋଲି କହିଛନ୍ତି ।

ଗତ କିଛି ମାସ ମଧ୍ୟରେ, ମୁର୍ସିଦାବାଦ ଜିଲ୍ଲାର ୨୨ଟି ବିଧାନସଭାର ୦.୨୪ ନିୟୁତ ଭୋଟରଙ୍କ ସମେତ ୦.୮୩ମିଲିୟନରୁ ଅଧିକ ଲୋକ ନୂତନ ଭୋଟର ପରିଚୟ ପତ୍ର ଏବଂ କିଛି  ତ୍ରୁଟିର ସଂଶୋଧନ ପାଇଁ ଆବେଦନ କରିବାକୁ ଚେଷ୍ଟା କରିଥିଲେ। ତ୍ରୁଟିମୁକ୍ତ ଭୋଟରଙ୍କ ତାଲିକା ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ଦେଇଛନ୍ତି ବୋଲି ଜଣେ ଅଧିକାରୀ ଜଣାଇଛନ୍ତି । ସେପଟେ ଫରାକର ବ୍ଲକ ବିକାଶ ଅଧିକାରୀ ରାଜର୍ଶୀ ଚକ୍ରବର୍ତ୍ତୀ କହିଛନ୍ତି ଯେ ତ୍ରୁଟି ଉଦ୍ଦେଶ୍ୟମୂଳକ ବୋଲି କରମାକରଙ୍କ ଅଭିଯୋଗକୁ ପ୍ରଶାସନ ଅନୁସନ୍ଧାନ କରିବ।ଏବଂ ଏପ୍ରିଲ ମାସରେ ତାଙ୍କୁ ଏକ ନୂତନ ଭୋଟର ପରିଚୟ ପତ୍ର ପ୍ରଦାନ କରାଯିବ। ଏହି ସମୟରେ ଏହି ପ୍ରକ୍ରିୟାରେ ଜଡିତ ସରକାରୀ କର୍ମଚାରୀଙ୍କୁ କାରଣ ଦର୍ଶାଇବାକୁ କୁହାଯାଉଛି ବୋଲି ଚକ୍ରବର୍ତ୍ତୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.