ସରକାରଙ୍କ ବଡ ପ୍ରସ୍ତୁତି, ଆଧାର ସହ ସଂଯୋଗ ହେବ ଭୋଟ୍ ପରିଚୟ ପତ୍ର !
5/03/2020 at 9:28 PM

ନୂଆଦିଲ୍ଲୀ ୦୫।୦୩- ଆଧାର କାର୍ଡ ଓ ଭୋଟ୍ ପରିଚୟ ପତ୍ରକୁ ସଂଯୋଗ କରିବା ନେଇ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇ ପାରନ୍ତି। ଏହି ସମ୍ବନ୍ଧରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୁରୁବାର ସଂସଦରେ ସୂଚନା ଦେଇଛନ୍ତି। ସେ ଏହି ସୂଚନା ଲୋକସଭାରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସଂପ୍ରତି ଆଧାରକାର୍ଡକୁ ବ୍ୟାଙ୍କ ଆକାଉଣ୍ଟ, ପାନ କାର୍ଡ, ରାସନ କାର୍ଡ, ଗ୍ୟାସ୍ ସବସିଡି ସମେତ ଅନ୍ୟ ସରକାରୀ ସ୍କିମ ସହ ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଛି। ସରକାର ପୂର୍ବରୁ ହିଁ ସ୍ପଷ୍ଟ କରି ସାରିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି କୌଣସି ବି ସରକାରୀ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଆଧାରକାର୍ଡ ସହ ସଂଯୋଗ କରିବା ଅନିବାର୍ଯ୍ୟ ଅଟେ।
ଆଜି ଲୋକସଭାରେ ପ୍ରଶ୍ନ ହୋଇଥିଲା ଯେ, କଣ ନିର୍ବାଚନ ଆୟୋଗ ସରକାରଙ୍କୁ ଆଧାରକାର୍ଡ ଏବଂ ଭୋଟ୍ ପରିଚୟ ପତ୍ରକୁ ସଂଯୋଗ କରିବାକୁ ପ୍ରସ୍ତାବ ଦେବେ ? ଯଦି ଏମିତି ତେବେ ସରକାର ଏହା ଉପରେ ବିଚାର କରିଛନ୍ତି ନା ନାହିଁ। କଣ ସରକାର ଏହା ଉପରେ ବିଚାର କରିଛନ୍ତି କି ଏମିତି ପଦକ୍ଷେପ ଉଠାଇବା ସମୟରେ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖାଯାଇ ପାରିବ।

ପ୍ରଶ୍ନର ଉତ୍ତର ରଖିଲେ ରବି ଶଙ୍କର ପ୍ରସାଦ
ଲୋକସଭାରେ ପ୍ରଶ୍ନକାଳ ସମୟରେ ପଚରା ଯାଇଥିବା ଏହି ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, କୌଣସି ବି ସମସ୍ୟାରେ ମାଗାଣାରେ ଇଲେକ୍ଟୋରୋଲ ଓ ଲୋକଙ୍କ ନକଲରୁ ବଞ୍ଚିବା ପାଇଁ ସରକାରଙ୍କ ପାଖକୁ People, 1951 ର ସଂଶୋଧନ ପ୍ରସ୍ତାବ ଆସିଛି। ଏହି ସଂଶୋଧନ ପରେ ଆଧାରକାର୍ଡକୁ ଭୋଟ୍ ପରିଚୟ ପତ୍ର ସହ ସଂଯୋଗ କରାଯିବ। ନିର୍ବାଚନ ଆୟୋଗଙ୍କ ଏହି ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି।