oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ମତଦାନରୁ ବଞ୍ଚିତ ଲୋକଙ୍କ ଧାରଣା, କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ଭୋଟର

23/02/2022 at 4:28 PM

ପଟ୍ଟାମୁଣ୍ଡାଇ ୨୩।୨: ପଟ୍ଟାମୁଣ୍ଡାଇ ବ୍ଲକ୍ ଔପଦା ପଞ୍ଚାୟତ ୧୧ନଂ ବୁଥରେ ୩ଶହରୁ ଉର୍ଦ୍ଧ୍ବ ଭୋଟର ମତଦାନ କରିବାରୁ ବଞ୍ଚିତ । ପ୍ରତିବାଦରେ ଶତାଧିକ ମହିଳା-ପୁରୁଷ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ୨୦ତାରିଖ ରାତିଠାରୁ ଧାରଣାରେ ବସିରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ  ପୂର୍ବାହ୍ନ ୧୧ଟା ୩୦ମିନିଟ୍ ସମୟରେ ମତଦାନ ଚାଲୁଥିବା ବେଳେ ପ୍ରିଜାଇଡିଂ ଅଫିସର ମତଦାନ ପାଇଁ ଆସିଥିବା ଜଣେ ବୃଦ୍ଧା ମହିଳାଙ୍କୁ ବାହାରକୁ ଚାଲି ଯିବାକୁ କହିଥିଲେ । ଘଟଣାକୁ ନେଇ ପ୍ରିଜାଇଡିଂ ଅଫିସର ଓ ଭୋଟରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ମତଦାନ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା । ମତଦାନ ନିର୍ଦ୍ଧାରିତ ସମୟ ୧ଟା ହେବାରୁ ମତଦାନରେ ନିୟୋଜିତ ଥିବା କର୍ମଚାରୀମାନେ ମତଦାନ କେନ୍ଦ୍ର ବନ୍ଦକରି ବାଲାଟ ବାକ୍ସଗୁଡିକୁ ପୋଲିସ ସହାୟତାରେ ଷ୍ଟ୍ରଙ୍ଗ ରୁମକୁ ନେଇଆସିଥିଲେ । ତେବେ ଏହି କାରଣରୁ ବୁଥର ପ୍ରାୟ ୩ଶହରୁ ଉର୍ଦ୍ଧ୍ବ ଭୋଟର ମତଦାନ କରିବାରୁ ବଞ୍ଚିତ ହୋଇଛନ୍ତି । ପୁନଃ ମତଦାନ କରିବା ପ୍ରତିବାଦରେ ଗତ ୨୦ତାରିଖ ରାତିଠାରୁ ଶତାଧିକ ପୁରୁଷ-ମହିଳାମାନେ ଆମରଣ ଅନଶନରେ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ଦେଖିବାକୁ ମିଲିଥିଲା । ତେବେ ଦାବି ଉପରେ ସ୍ଥାନୀୟ ପ୍ରଶାସନ କିଛି ପଦକ୍ଷେପ ନନେବା କି କୌଣସି ପ୍ରତିଶ୍ରୁତି ନଦେବା କାରଣରୁ ଆମରଣ ଅନଶନରେ ବସିଥିବା ଜଣେ ବ୍ୟକ୍ତି ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ତେବେ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରିବା ସହିତ ଯୁବକ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଅନ୍ୟପଟେ ଭୋଟ୍ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହିତ ସରିଛି ଓ ବୁଥ୍ ବାକ୍ସ ନିରାପଦରେ ଷ୍ଟ୍ରଙ୍ଗ୍ ରୁମରେ ପହଞ୍ଚି ସାରିଛି । ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛି । ସେ ଯାହା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସ୍ଥାନୀୟ ବିଡ଼ିଓ କହିଛନ୍ତି ।

   Related Posts