ଭାଗ୍ୟ ପରୀକ୍ଷା, ଭଦ୍ରକରେ ଆରମ୍ଭ ହେଲା ଭୋଟ ଗଣନା

Published By : Prameya-News7 Bureau | February 26, 2022 IST

ଭଦ୍ରକ ୨୬।୦୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଘୋଷଣା ହେବ ଫଳାଫଳ । ଆଜିଠୁ ଆରମ୍ଭ ହୋଇଛି ଭୋଟ ଗଣତି । ତେବେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି  ।

ଭଦ୍ରକ ଜିଲ୍ଲାର ୭ଟି ବ୍ଲକରେ ବିଭିନ୍ନ କଲେଜ ଏବଂ ବିଦ୍ୟାଳୟରେ ଭୋଟ ଗଣତି ହେଉଛି । ପ୍ରଥମ ଦିନରେ ୭ଟି ଜିଲ୍ଲାପରିଷଦ ଜୋନ, ୫୩ଟି ଗ୍ରାମପଞ୍ଚାୟତର ଭୋଟ ଗଣତି  ଆରମ୍ଭ ହୋଇଛି । ଏଥିପାଇଁ ଭୋଟ ଗଣତି କେନ୍ଦ୍ରରେ ସିସିଟିଭି ଲାଗିବା ସହିତ ୮୦୦ରୁ ଅଧିକ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସେମାନେ କେନ୍ଦ୍ରରେ ସକାଳ ୮ଟାରୁ ପହଞ୍ଚି ଭୋଟ ଗଣତି କାର୍ଯ୍ୟରେ ଯୋଗ ଦେଇଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି ।

ତେବେ ପ୍ରଥମ ଦିନରେ ଚାନ୍ଦବାଲି ବ୍ଲକର ୧ ନମ୍ବର ଜୋନ , ତିହିଡି ବ୍ଲକର ୬ ନମ୍ବର ଜୋନ , ଧାମନଗର ବ୍ଲକର ୧୦ ନମ୍ବର ଜୋନ , ବନ୍ତ ବ୍ଲକର ୧୪ ନମ୍ବର ଜୋନ , ବାସୁଦେବପୁର ବ୍ଲକର ୧୭ ନମ୍ବର ଜୋନ , ଭଣ୍ଡାରିପୋଖରୀ ବ୍ଲକର ୨୨ ନମ୍ବର ଜୋନ ଓ ଭଦ୍ରକ ବ୍ଲକର ୨୫ ନମ୍ବର ଜୋନରେ ଭୋଟ ଗଣତି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.