ମହାକାଳପଡା ୨୩/୦୪: ମତଦାନ ହାର ବୃଦ୍ଧି ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ । କେନ୍ଦ୍ରାପଡ଼ା ଲୋକସଭା ସଂସଦୀୟ କ୍ଷେତ୍ରରେ ଆସନ୍ତା ମାସ ଶେଷ ପର୍ଯ୍ୟାୟ ଜୁନ୧ ତାରିଖରେ ମତଦାନ କରିବେ ଭୋଟର ।
ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଜିଲ୍ଲା ଅଧିକାରୀ ଓ ବ୍ଲକ ଅଧିକାରୀଙ୍କ ସହ ହଠାତ୍ ମହାକାଳପଡା ନିର୍ବାଚନ ମଣ୍ଡଳୀର ଜୀବନ ରେଖା କୁହାଯାଉଥିବା ବାହାକୁଦ ଫେରିଘାଟ ନିକଟରେ ପହଁଚିଥିଲେ । ହାତରେ ଫ୍ଲା କାର୍ଡ ଧରି, ଯୋଡା ଡଙ୍ଗାରେ ମହାନଦୀ ପରିକ୍ରମା କରିଥିଲେ ।
ସାଥିରେ ସ୍ଥାନୀୟ ଜନସାଧାରଣ ଓ କଲେଜ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗତ ନିର୍ବାଚନ ୭୨ ଶତକଡା ମତଦାନ ହାର ରହିଥିଲା ଏହି ହାରକୁ ଆହୁରି ବୃଦ୍ଧି କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା ।