Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯୁବ ରେଡ଼କ୍ରସ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ଏକାସଂଗେ ଦେଲେ ୩୧ ମହିଳା

15/09/2023 at 12:02 PM

ବିନିକା ୧୫/୦୯: ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ଯୁବ ରେଡ଼କ୍ରସ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ୯ ଜଣ ମହିଳାଙ୍କ ସମେତ ମୋଟ ୩୧ ଜଣ ରକ୍ତ ଦାନ କରିଥିଲେ ।

ପ୍ରଥମେ ଗଣେଷ ଓ ସରସ୍ବତୀଙ୍କ ଫଟୋ ଚିତ୍ରରେ ଅତିଥି ମାନଙ୍କ ଦ୍ବାରା ପୂଜାର୍ଚ୍ଚାନା କରି ରକ୍ତଦାନ ଆରମ୍ଭ କରାଯାଇଥିଲ । ପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ସଭାପତି ହିମାଂଶୁ ଶେଖର ତ୍ରୀପାଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିନିକା ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ ଉମାକାନ୍ତ ନାଗ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ।

ଅତିଥି ମାନେ ଯୋଗଦେଇ ରକ୍ତ ଦାନ ମହତ୍ୱ ଓ ଉପକାରିତା ଆଳୋକପାତ କରିବା ସହିତ ଡ଼ିଗ୍ରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ମାନଙ୍କୁ ଆଗଭର ହୋଇ ନୂତନ ରକ୍ତଦାତା ସୃଷ୍ଟି ହେବାକୁ ନିବେଦନ କରାଯାଇଥିଲା ।

   Related Posts