ନୂଆଦିଲ୍ଲୀ: ଭୋଲ୍ଟାସକୁ ବିକ୍ରି କରିବନି ଟାଟା ଗ୍ରୁପ୍। ଭୋଲ୍ଟାସ ଲିମିଟେଡର ଘରୋଇ ବୈଦ୍ୟୁତିକ ଉପକରଣ ବ୍ୟବସାୟକୁ ବିକ୍ରି କରିବା ଉପରେ ବିଚାର କରୁଥିବା ଖବରକୁ ଖଣ୍ଡନ କରିଛି ଟାଟା ଗ୍ରୁପ୍। ପ୍ରକୃତରେ ମଙ୍ଗଳବାର, ଏଭଳି ଖବର ସାମ୍ନାକୁ ଆସିଥିଲା ଯେ, ଟାଟା ଗ୍ରୁପ୍ ଭୋଲ୍ଟାସ ଲିମିଟେଡର ଘରୋଇ ବୈଦ୍ୟୁତିକ ଉପକରଣ ବ୍ୟବସାୟକୁ ବିକ୍ରି କରିବା ଉପରେ ବିଚାର କରୁଛି।
ତେବେ ବର୍ତ୍ତମାନ ଭୋଲ୍ଟାସ ଏହାକୁ ଖଣ୍ଡନ କରିବା ସହ, ଏହି ଖବର ସଂପୂର୍ଣ୍ଣ ମିଥ୍ୟା ଏବଂ ଏଥିରେ କୌଣସି ସତ୍ୟତା ନଥିବା କହିଛି । କୁହାଯାଉଥିଲା ଯେ, ବଜାରରେ ଭୋଲ୍ଟାସ ସହ ପ୍ରତିଯୋଗିତା ବଢ଼ିବାରେ ଲାଗିଛି। ଫଳରେ ଆଗାମୀ ସମୟରେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି କମ୍ପାନି ଏଦିଗରେ ବିଚାର କରୁଛି।
ଆହୁରି ପଢ଼ନ୍ତୁ: ଡିଜିସିଏର ଏୟାର ଇଣ୍ଡିଆ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ଲାଗିଲା ୧୦ ଲକ୍ଷର ଜରିମାନା
ତେବେ କମ୍ପାନି କହିଛି, ଭୋଲ୍ଟାସ ଏହାର ବ୍ୟବସାୟ ଜାରି ରଖିଛି ଏବଂ ଆଗକୁ ମଧ୍ୟ ଜାରି ରଖିବ। ସୂଚନାଥାଉକି, ଭୋଲ୍ଟାସ ୧୯୫୪ରେ ହୋଇଥିଲା। ଏସି, ଓ୍ବାଟର କୁଲର ଏବଂ ଫ୍ରିଜ୍ ସହ ଅନେକ ଘରୋଇ ବୈଦ୍ୟୁତିକ ଉତ୍ପାଦ ତିଆରି କରିଥାଏ। କମ୍ପାନି ଭାରତ, ମଧ୍ୟ ପୂର୍ବ, ଦକ୍ଷିଣ ପୂର୍ବ ଏସିଆ ଏବଂ ଆଫ୍ରିକାରେ କାମ କରିଥାଏ। କମ୍ପାନିର ସେପ୍ଟେମ୍ବର ତ୍ରୈମାସିକର ଫଳାଫଳ ଅନୂଯାୟୀ ଭାରତରେ ରେଫ୍ରିଜେରଟର ପାଇଁ ଏହାର ବଜାର ଅଂଶଧନ ୩.୩% ଏବଂ ଓ୍ବାସିଙ୍ଗ ମେସିନ୍ରେ ୫.୪% ରହିଛି।