ପିଏମ ମୋଦୀଙ୍କୁ ଫୋନ କଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଜି-୨୦ରେ ‘ଶାନ୍ତି ଫର୍ମୁଲା’ ଉପରେ ସମର୍ଥନର ବିଶ୍ୱାସ
26/12/2022 at 9:06 PM

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କି ସୋମବାର ପିଏମ ମୋଦୀଙ୍କ ସହ ଫୋନ ଯୋଗ କଥା ହୋଇଛନ୍ତି । ଏନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଟ୍ୱିଟ କରି ସୂଚନା ଦେଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଲେଖିଛନ୍ତି,’ପିଏମ ନରେନ୍ଦ୍ର ମୋଦୀଙ୍କ ସହ ଫୋନ ଯୋଗେ କଥା ହୋଇଛି ଏବଂ ଜି ୨୦ର ସଫଳ ଅଧ୍ୟକ୍ଷତା ନେଇ କାମନା କରିଛି । ଏହି ମଞ୍ଚରେ ମୁଁ ଶାନ୍ତିର ଫର୍ମୁଲାର ଘୋଷଣା କରିଥିଲି ଏବଂ ଏବେ ଏହାର କ୍ରିୟାନ୍ୱୟନରେ ଭାରତର ଭାଗିଦାରୀ ଉପରେ ମୁଁ ବିଶ୍ୱାସ କରୁଛି’।
ମିଳିତ ଜାତିସଂଘରେ ମାନବୀୟ ସହାୟତା ଏବଂ ସମର୍ଥନ ପାଇଁ ପିଏମ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଜେଲେନସ୍କି ଟ୍ୱିଟରେ ଲେଖିଛନ୍ତି, ଜାତିସଂଘରେ ମାନବୀୟ ସହାୟତା ଏବଂ ସମର୍ଥନ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛି । ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ଏହା ପୂର୍ବରୁ ଅକ୍ଟୋବରରେ ଫୋନରେ ଆଲୋଚନା ହୋଇଥିଲା ।
I had a phone call with @PMOIndia Narendra Modi and wished a successful #G20 presidency. It was on this platform that I announced the peace formula and now I count on India's participation in its implementation. I also thanked for humanitarian aid and support in the UN.
— Володимир Зеленський (@ZelenskyyUa) December 26, 2022
ଏହା ପୂର୍ବରୁ ପିଏମ ମୋଦୀ ଗତ ଡିସେମ୍ୱର ୧୬ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ଏହି ସମୟରେ ପିଏମ ମୋଦୀ ୟୁକ୍ରେନରେ ଜାରି ସଂଘର୍ଷ ଉପରେ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିଥିଲେ । ଏହାସହ କୂଟନୈତିକ ମାର୍ଗରେ ନିଜର ଆଲୋଚନା ଆଗକୁ ବଢାଇବା ନେଇ ନିଜ ଆହ୍ୱାନକୁ ଦୋହରାଇଥିଲେ ।